ଭୁବନେଶ୍ବର ୭।୧୦: ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି ନିରଞ୍ଜନ ଯଦି ଇସ୍ତଫା ଦେଇଛନ୍ତି ତେବେ ସେ ସ୍ପଷ୍ଟ କରନ୍ତୁ । ଲୁଚକାଳି ଖେଳ ବନ୍ଦ କରନ୍ତୁ ନିରଞ୍ଜନ । ଯଦି ରାହୁଲ ଓ ସୋନିଆ ଗାନ୍ଧୀ ନିରଞ୍ଜନଙ୍କୁ ସଭାପତି ପଦରେ ରଖିବା କଥା ରଖିବେ, ଯଦି କାଢିବା କଥା କାଢିବେ । କ’ଣ ପଦକ୍ଷେପ ନେବେ ସେ ସ୍ପଷ୍ଟ କରନ୍ତୁ । ଏମିତି ହେଲେ ଦଳର ଛବି ଖରାପ ହେଉଛି ବୋଲି ସୁର ରାଉତ କହିଛନ୍ତି ।
ସେପଟେ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, ମିଡିଆରେ ତ ଚର୍ଚ୍ଚା ହେଉଛି ହେଲେ ଇସ୍ତଫା ଦେଇଛନ୍ତି କି ନାହିଁ, ସେ କଥା କେବଳ ନିରଞ୍ଜନ ହିଁ କହିପାରିବେ । ଦେବେ କି ନଦେବେ ସ୍ପଷ୍ଟ କରିବା ଦରକାର । ଏ ନାଟକ ବନ୍ଦ କରନ୍ତୁ । ଲୁଚଖେଳ ଖେଳିବା ଉଚିତ ନୁହେଁ, କାହିଁକି ନା ଏହାର ଏକ କୁପ୍ରଭାବ କର୍ମୀଙ୍କ ଉପରେ ପଡ଼ିବ । ଦଳର କ୍ଷତି ହେବ। ସଭାପତି ନହେଲେ ତାଙ୍କ ମିଡ଼ିଆ ଟିମ୍ କିମ୍ବା ମୁଖପାତ୍ର ସ୍ପଷ୍ଟ ସେ ନେଇ କରନ୍ତୁ । କର୍ମୀଙ୍କ ମନରେ ଅନିଶ୍ଚିତତା ଦଳର କ୍ଷତି କରୁଛି ବୋଲି ଶରତ ରାଉତ କହିଛନ୍ତି ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି