
ଟାଙ୍ଗୀ ୨୮।୭: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ହାଜତରୁ ଜଣେ କଏଦୀ ଫେରାର ହୋଇଯିବା ପରେ ପୁଣି ଗିରଫ କରିଛି ନିରାକାରପୁର ପୋଲିସ । ଏହି ଅଭିଯୁକ୍ତ ଜଣଙ୍କ ନିରାକାରପୁର ଥାନା ଯାଜପୁର ଗ୍ରାମର ପ୍ରଭାତ ପାଟ୍ଟଶାଣୀ । ୨୦୧୩ ମସିହାରେ ଏକ ଚୋରି-ଡକାୟତି ଘଟଣାରେ ସଂପୃକ୍ତ ଯୁବକ ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିଲା । ସେହିଦିନଠାରୁ ଅଭିଯୁକ୍ତ ଜଣଙ୍କ ଫେରାର ରହିଥିଲେ । ତେବେ ଯୁବକ ଜଣଙ୍କୁ ପୋଲିସ ଧରିବା ସହିତ ଥାନାରେ ୨ ଦିନ ଧରି ଥାନା ହାଜତରେ ରଖିଥିଲା ।
ମଙ୍ଗଳବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଜଣକ ଅତି ଚତୁରତାର ସହିତ ଥାନାରୁ ଫେରାର ହୋଇଗଲା । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶରେ ଦୁଇଟି ଟିମ୍ ଗଠନ ହୋଇ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ପୁଣି ଗିରଫ କରିବାରେ ସଫଳ ହୋଇଛି । ନିରାକାରପୁର ଥାନା ନିରୀକ୍ଷକ ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି । ଥାନାରେ ଥିବା ଏହି ଅଭିଯୁକ୍ତ କିଭଳି ଚମ୍ପଟ ମାରିଲା, କାହାର ଦାଇତ୍ବ ହୀନତା ଯୋଗୁଁ ଏହି ଘଟଣା ଘଟିଲା ତାହା ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲୁଗାଁ SDPO ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି । ଏହା ସହିତ ଆଉ ଜଣେ ଫେରାର ଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍