July 13, 2025

ନିଶା ବେପାରୀଙ୍କ ଫୋକସ୍‌ରେ ସମ୍ବଲପୁର; ଟାର୍ଗେଟ୍‌ରେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ

 

ସମ୍ବଲପୁର: ନିଶା ବେପାରୀଙ୍କ ଫୋକସ୍‌ରେ ସମ୍ବଲପୁର ସହର। ସହରରେ ମାତିଛନ୍ତି ବ୍ରାଉନସୁଗର ବେପାରୀ ଓ ଟାର୍ଗେଟ୍‌ରେ କଲେଜ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ୀ। ସମ୍ବଲପୁରରୁ କୋଲକାତା ଓ ଝାଡ଼ଖଣ୍ଡକୁ ଲମ୍ବିଛି ଏହି ନେଟ୍ଓ୍ୱର୍କ। ୧୦ ଦିନ ଭିତରେ ଏଭଳି ୩ଟି ଘଟଣା ସାମ୍ନାକୁ ଆସିବା ପରେ ଏବେ ଆକ୍ସନ ମୋଡ୍‌ରେ ପୋଲିସ୍‌। ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଇଣ୍ଟେଲିଜେନସ୍‌କୁ ଅଧିକ କ୍ରିୟାଶୀଳ କରାଯାଇଛି।

ବ୍ରାଉନସୁଗର ଚୋରା ଚାଲାଣ ହେଉଥିବା ଖବର ପାଇ ୨୦୨୧ ଜୁନ୍‌ ୬ରେ ସମ୍ବଲପୁର-ଝାରସୁଗୁଡା ରାସ୍ତାର ରେଙ୍ଗାଲି ନୂଆ ରମ୍ପେଲାଠାରେ ସ୍ପେଶାଲ ସ୍କ୍ୱାଡ୍ ଓ ରେଙ୍ଗାଲି ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଏକ କାର୍‌ରୁ ୬୨ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଥିଲା। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିବା ସହ ୫ ଲକ୍ଷ ଟଙ୍କା ମଧ୍ୟ ଜବତ କରିଥିଲା।
ବ୍ରାଉନସୁଗର କାରବାର ବନ୍ଦ କରିବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବା ସହ ନିଶାସକ୍ତମାନଙ୍କୁ କାଉନସିଲିଂ କରିବା ଦରକାର ବୋଲି ନିଶା ଛାଡିଥିବା ଯୁବକମାନେ କହିଛନ୍ତି। ବିନୟ ପ୍ରଧାନ ନାମକ ଜଣେ ଯୁବକ ଇଞ୍ଜିନିୟରିଂ ପଢ଼ିବା ବେଳେ ସାଙ୍ଗ ମାନଙ୍କ ସହ ପଡ଼ି ନିଶା ସେବନ ଆରମ୍ଭ କରିଥିଲେ। ନିଶା ତାଙ୍କୁ ଏପରି ଆୟତ୍ତ କରିନେଲା ଯେ, ତାଙ୍କ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଆଉ କାମ କଲା ନାହିଁ। କାଉନସେଲିଂ ଦ୍ୱାରା ୫ ବର୍ଷ ହେଲା ନିଶାମୁକ୍ତ ହେବା ପରେ ଏବେ ସେ ଏକ ନିଶାମୁକ୍ତି କେନ୍ଦ୍ର ଖୋଲିଛନ୍ତି। ଅନ୍ୟପକ୍ଷେ, ବାହାର ରାଜ୍ୟରୁ ବ୍ରାଉନସୁଗର ଆସୁଥିବା ବେଳେ ଏହାର ମୂଳ ଯାଏ ପହଞ୍ଚି ନିଶା କାରବାର ବନ୍ଦ କରିବାକୁ ପ୍ରୟାସ କରାଯିବ ବୋଲି  ସମ୍ବଲପୁର ଏସ୍‌ପି କହିଛନ୍ତି।
Spread the love