
ରାୟଗଡା ୭।୮: ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ନିୟମଗିରି ପାହାଡରେ ଥିବା ତାଡିଝୋଲା ଗାଁ ନିକଟରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି । ସିଆରପିଏଫ ଚତୁର୍ଥ ବାଟାଲିୟନ ପକ୍ଷରୁ କମ୍ବିଂ ବେଳେ ମାଓବାଦୀମାନେ ବ୍ୟବହାର କରିବା ପାଇଁ ଗଚ୍ଛିତ ରଖିଥିବା ସାମଗ୍ରୀ ଜବତ କରାଯାଇଛି । ଶନିବାର ସକାଳୁ ତଡିଝୋଲା ଗାଁ ନିକଟ ଏକ ଗୁମ୍ଫା ମଝିରେ କିଛି ମାଓ ସାମଗ୍ରୀ ରଖାଯାଇଥିବା ଜଣାପଡିଥିଲା । ସନ୍ଧାନୀ କୁକୁର ଉକ୍ତ ସ୍ଥାନକୁ ଠାବ କରିଥିଲା । ସେହି ସ୍ଥାନରୁ ଏକ ମାଓ ବ୍ୟାନର ସହିତ ୨ଟି ଦେଶୀ ବନ୍ଧୁକ, ୫ଟି ପଲିଥିନ, ୩୫ଟି ଗୁଳି, ଜିଲେଟିନ, ଗୋଟିଏ ଟେପ ରେକର୍ଡ, ଗୋଟିଏ ରିମୋଟ, ଫ୍ଲାସ୍, ୩ଟି ଷ୍ଟିଲ ଟିଫିନ ବୋମା, ୧୨ରୁ୧୫ କେଜି ୟୁରିଆ, ୫୦ଟି ଡେଟୋନେଟର, ୩ଟି ଟର୍ଚ୍ଚ ଲାଇଟ, ୩ଟି କଲର ଟେପ, ୫୦ ମିଟର ପ୍ଲାଷ୍ଟିକ ଦଉଡି, ୨ଟି ଛତା, ୨ଟି ବ୍ୟାଟେରି, ୪ ପ୍ୟାକେଟ ନୁଡେଲ, ୧୩ଟି ଖୋକା, ୧୦ମିଟର ତାର ଜବତ କରିଥିଲେ । ଉକ୍ତ ବ୍ୟାନରରେ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଗାଁ ଗାଁରେ ସହିଦ ସପ୍ତାହ ପାଳନ କରନ୍ତୁ ବୋଲି ଉଲ୍ଲେଖ ଅଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍