July 13, 2025

ନୟାପଲ୍ଲୀ ପାଇଁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ଅପରାଜିତା

 

ଭୁବନେଶ୍ୱର: ନୟାପଲ୍ଲୀ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଢ଼ଙ୍ଗୀ । ନୂଆଦିଲ୍ଲୀରେ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ୧୨୦ ବାଟାଲିୟନ ପରିସରରେ ଡ୍ରେନ ର୍ନିମାଣ ପାଇଁ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଥିଲା । ଏହା ପରେ ସେ ରାଜନାଥଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ନୟାପଲ୍ଲୀ ଏବଂ ରାଜଧାନୀବାସୀଙ୍କ ତରଫରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love