October 21, 2025

ପୁରୀ ବେଳାଭୂମିକୁ ଜବରଦଖଲରୁ ମୁକ୍ତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ

 

ପୁରୀ: କେନ୍ଦ୍ର ପରିବେଶ ଓ ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ, ଉପଭୋକ୍ତା ବ୍ୟାପାର, ଖାଦ୍ୟ, ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ୨ ଦିନିଆ ପୁରୀ ଗସ୍ତରେ ଆସି ସାଗର ତଟ ଅଭିଯାନ ଏବଂ ଆଜାଦୀ କା ଅମୃତ ମହୋତ୍ସବର ଶୁଭାରମ୍ଭ କରିଛନ୍ତି। ଏହି ୭୫ ତମ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦାନ ପରେ କହିଛନ୍ତି ଯେ ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟକରଣ ପାଇଁ ସିଆରଜେଡ୍ ନିୟମକୁ ପାଳନ କରାଯିବ। ବେଳାଭୂମିକୁ ଜବରଦଖଲରୁ ମୁକ୍ତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବେଳାଭୂମିରେ ଏକ ଗଛ ଲଗାଇଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ କେତେକ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଏହାଛଡ଼ା କେତେକ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେଇଥିଲେ।
Spread the love