
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୪୧ କିମି ଲମ୍ବା ପୂର୍ବାଞ୍ଚଳ ତ୍ବରିତ ରାଜପଥ(ଏକ୍ସପ୍ରେସ ୱେ)ର ଉଦ୍ଘାଟନ କରିଛନ୍ତି। ଲକ୍ଷ୍ନୌରୁ ଗାଜିପୁର ପର୍ଯ୍ୟନ୍ତ ଲମ୍ବିଛି ଏହି ୬ ଲେନ୍ ବିଶିଷ୍ଟ ତ୍ବରିତ ରାଜପଥ। ପ୍ରଥମେ ବାୟୁସେନାର ସି-୧୩୦ଜେ ହର୍କୁଲେସ୍ ବିମାନରେ ଆସି ତ୍ବରିତ ରାଜପଥର କରୱାଲଖେରିର ଅବତରଣ କରିଥିଲେ ମୋଦୀ। ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ମଞ୍ଚ ଯାଏ ପାଛୋଟି ନେଇଥିଲେ।

୨୦୧୮ ମସିହା ଜୁଲାଇ ମାସରେ ମୋଦୀ ଏହି ତ୍ବରିତ ରାଜପଥର ଶିଳାନ୍ୟାସ କରିଥିଲେ। ୧୯ ମାସର କରୋନା କାଳ ପରେ ମଧ୍ୟ ୩୪୧ କିମି ଲମ୍ବା ଏହି ତ୍ବରିତ ରାଜପଥ ୩୬ ମାସରେ ନିର୍ମାଣ ହୋଇଛି। ଏହା ରାଜ୍ୟର ରାଜଧାନୀ ଲକ୍ଷ୍ନୌରୁ ପୂର୍ବ ଉତ୍ତରପ୍ରଦେଶକୁ ଯୋଡ଼ିବ। ଏହାଦ୍ବାରା ପୂର୍ବ ୟୁପିର ୬ ଜିଲା ସମେତ ବିହାର ଲୋକମାନେ ମଧ୍ୟ ଉପକୃତ ହେବେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍