August 26, 2025

ପୋଲ ତଳକୁ ଖସିଲା ଲୁହାପଥର ବୋଝେଇ ଟ୍ରକ୍, ଡ୍ରାଇଭର ମୃତ

 

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ସରାଙ୍ଗ ପୋଲରୁ ଏକ ଲୁହାପଥର ବୋଝେଇ ଟ୍ରକ ବ୍ରାହ୍ମଣୀ ନଦୀକୁ ଖସିପଡିବା ଫଳରେ ଗାଡି ଚାଲାକର ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଲୁହାପଥର ନେଇ ସମ୍ପୃକ୍ତ ଟ୍ରକଟି ଡ଼ୁବୁରୀ ଅଭିମୁଖୀ ଯାଉଥିବା ବେଳେ ଭୋର ସମୟରେ ଟ୍ରକର ଡାହାଣ ପାର୍ଶ୍ୱ ଆଗ ଚକ ଫାଟି ଯିବାରୁ, ଭାରସାମ୍ୟ ହରାଇ ଟ୍ରକଟି ପୋଲ ଉପରୁ ତଳକୁ ଖସି ପଡିଥିଲା। ଟ୍ରକଟି ଦ୍ରୁତ ଗତିରେ ଥିବାରୁ ତାହାକୁ ଗାଡି ଚାଲାକ ନିୟନ୍ତ୍ରଣ କରିପାରି ନ ଥିଲେ। ମୃତକ ଗାଡିଚାଳକ ଜଣକ ହେଉଛନ୍ତି କେଉଝର ଜିଲ୍ଲାର ମାନସ ରଞ୍ଜନ ଧିବର।

Spread the love