April 29, 2026

ଫୁଲିଲା ସୋନ୍‌ ନଦୀ, ରାସ୍ତା ଉପରେ ୧୫ ଫୁଟ୍‌ର ପାଣି

 

ନୀଳଗିରି ୧୪।୦୯: ଫୁଲିଲା ସୋନ ନଦୀ। ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ନୀଳଗିରି ବ୍ଲକ ଅଯୋଧ୍ୟାର ପଞ୍ଚାୟଚର ବାଡ଼ିଆ ଗାଁ। ମୟୁରଭଞ୍ଜର ସୁନେଇ ଡ୍ୟାମରେ ବନ୍ୟା ଜଳ ନିଷ୍କାସନ ଯୋଗୁଁ ଫୁଲିଛି ସୋନ ନଦୀ।

ଖବର ଅନୁଯାୟୀ, ବାଡ଼ିଆ ଗାଁକୁ ଗୋଟିଏ ମାତ୍ର ପ୍ରବେଶ ପଥ ଥିବା ବେଳେ ନଦୀରେ ପାଣି ବଢିଛି । ଯାହାଫଳରେ ରାସ୍ତା ଉପରେ ୧୫ ଫୁଟରୁ ଉର୍ଦ୍ଧ୍ବ ଉଚ୍ଚରେ ପାଣି ଯାଉଥିବା ଦେଖିବାକୁ ମିଳିଛି। ଏବେ ବାଡ଼ିଆ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଯାତାୟାତ ଠପ୍ ହୋଇଯାଇଛି। ସେହିପରି ମହିସାପଟ୍ଟା ପଞ୍ଚାୟତ ଅଧିନ ଡମ୍ବରୁଘାଟି ଅଂଚଳରେ ଭୁଶୁଡିଲା ବନ୍ଧ। ସ୍ବର୍ଣ୍ଣଚୁଡ ପାହାଡ଼ ପାଣି ଜମାଟ ହୋଇ ବନ୍ଧ ଭାଙ୍ଗିଥିବା ସୂଚନା। ଘର ଭିତରକୁ ପଶିଲା ପାଣି।ଲୋକେ ଆତଙ୍କିତ ହୋଇଥିବା ଦେଖିବାକୁ ମିଳିଛି।

Spread the love