January 23, 2026

ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ

 

ଚୌଦ୍ୱାର : ସରକାରଙ୍କ ଜାଗା ମିଶନ୍ ଯୋଜନା ମାଧ୍ୟମରେ ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ରେ ଥିବା ଭୂମିହୀନ ବସ୍ତି ବାସିନ୍ଦା ମାନଙ୍କୁ ଭୂମି ଆଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ନୂଆସାହି ସୁଇପର କଲୋନୀରେ ବସ୍ତି ଉନ୍ନୟନ ସଂଘ ସଭାପତି ପ୍ରକାଶ ଗୋଚ୍ଛାୟତଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା ଏବଂ ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ ଅତିଥି ଭାବେ ଯୋଗଦେଇ ୭୫ଜଣ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରିଥିଲେ। ଗୋଷ୍ଠି ସଂଯୋଜନା ଅଧିକାରୀ ବାସନ୍ତୀ ସାହୁ ଓ ୱାର୍ଡ଼ ଅଫିସର ରଶ୍ମୀ ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମିଥୁନ୍ ନାୟକ, କାଳିଆ ନାୟକ ଆଦିଙ୍କ ସମେତ ବସ୍ତିର ଯୁବକ ମାନେ ସହଯୋଗ କରିଥିଲେ ।

 

Spread the love