September 15, 2025

ବାଇକ୍ ଲୁଟେରା ଗ୍ୟାଙ୍ଗ୍ ଠାବ, ୪ ଜଣ ଅଭିଯୁକ୍ତ ଗିରଫ

 

ଯାଜପୁର ରୋଡ୍ ୭।୮: ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ କୁଆଖିଆ ପୋଲିସକୁ ମିଳିଛି ସଫଳତା । ୪ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୧ଟି ବାଇକ୍, ଗୋଟିଏ ସ୍କୁଟି ଓ ୧୫ଟି ମୋବାଇଲ ଜବତ କରିଛି ।  ଏହି ବାଇକ୍ ଲୁଟେରା ଗ୍ୟାଙ୍ଗ ସୁଯୋଗ ନେଇ ମାର୍କେଟ୍ ରୁ ବାଇକ୍ ଲୁଟ କରିଥାନ୍ତି । ଯାଜପୁର ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳର ବିଭିନ୍ନ ସ୍ଥାନରୁ ବାଇକ୍ ଲୁଟ୍ ହେବା ନେଇ ଥାନାରେ ଅଭିଯୋଗ ହୋଇ ଆସୁଥିଲା ।

ଅଭିଯୋଗ ଆଧାରରେ ପୋଲିସ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିଲା । ଶେଷରେ ଏହି ଗ୍ୟାଙ୍ଗର ୨ ଜଣ ଲୁଟେରା ସମେତ ୨ ଜଣ କ୍ରେତାଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି । ତେବେ ଏହି ଘଟଣାରେ ଅଧିକ ଲୁଟେରା ସମ୍ପୃକ୍ତ ଥିବା ସନ୍ଦେହ କରି ଅଭିଯୁକ୍ତଙ୍କ ନାମକୁ ପୋଲିସ ଗୋପନ ରଖିବା ସହ ଅଧିକ ତଦନ୍ତ ଜାରି ରହିଥିବା ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଛନ୍ତି ।

Spread the love