September 12, 2025

ବାତ୍ୟା ‘ଗୁଲାବ’ ଏବେ ଗୋପାଳପୁରଠାରୁ ୨୭୦ କିଲୋମିଟର ଦୂରରେ, ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି

 

ଭୁବନେଶ୍ୱର : ଭୀଷଣ ରୂପ ନେଇଥିବା ବାତ୍ୟା ‘ଗୁଲାବ’ ଏବେ ଗୋପାଳପୁରଠାରୁ ୨୭୦ କିଲୋମିଟର ଦୂରରେ ଅଛି ଏବଂ ଏହାର ବେଗ ଘଣ୍ଟା ପ୍ରତି ୧୦ କିଲୋମିଟର ଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାଯାଇଛି। ଏହା ଆଜି ମଧ୍ୟରାତ୍ରିରେ ଗୋପାଳପୁର ଓ କଳିଙ୍ଗପଟନମ ଦେଇ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତକାଲି ରାତି ପ୍ରାୟ ୮ଟାରେ ବାତ୍ୟା ରୂପ ନେବା ସହ ଘଣ୍ଟାପ୍ରତି ୧୭ କିମି ବେଗରେ ସ୍ଥଳ ଆଡ଼କୁ ମାଡ଼ି ଆସୁଥିଲା। ବାତ୍ୟା ରୂପ ନେବା ପରେ ସମୁଦ୍ର ଭିତରେ ପବନର ବେଗ ଘଣ୍ଟାପ୍ରତି ବେଗ ୬୫ରୁ ୭୫ କିମି ରହିଥିଲା। ଧୀରେ ଧୀରେ ଏହା ଅତି ଭୀଷଣ ରୂପ ଧାରଣ କରି ରବିବାର ପୂର୍ବାହ୍ନରେ ପବନର ବେଗ ୯୫ କିମି ଛୁଇଁବ। ତେବେ ସେତେବେଳକୁ ଏହା ସମୁଦ୍ର ମଧ୍ୟରେ ହିଁ ଥିବ। ରବିବାର ସନ୍ଧ୍ୟାରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଓ ଦକ୍ଷିଣ ଓଡ଼ିଶାର ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ସେତେବେଳେ ବି ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ରହିବା ସହ ସ୍ଥଳ ବିଶେଷରେ ୯୫ କିମି ଛୁଇଁବ।

Spread the love