
କୋରାପୁଟ ୨୩।୯: କୋରାପୁଟ ସଦର ଥାନା କଟାସ ଜାନିଗୁଡାଠାରେ ବଣ ବାରହା ଶିକାର ମାମଲାରେ ୫ ଜଣକୁ ଗିରଫ କରାଯାଇଛି। କୋରାପୁଟ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ ବେଳେ ଗିରଫ ହୋଇଛନ୍ତି ୫ ଅଭିଯୁକ୍ତ। ମୃତ ବାରହା ଜବତ କରିବା ସହ ୫ ଜଣକୁ ଗିରଫ କରିଛି ।
ନିକଟସ୍ଥ ଜଙ୍ଗଲରୁ ଶିକାର କରି ନଦୀ କୂଳରେ ଭାଗବଣ୍ଟା ବେଳେ ଅତର୍କିତ ଚଢ଼ାଉ କରିଥିଲେ ବନ ବିଭାଗର ସ୍ବତନ୍ତ୍ର ଟିମ୍ । ତେବେ ଉକ୍ତ ଘଟଣାରେ ୮ ଜଣ ଥିବାବେଳେ କେବଳ ୫ ଜଣକୁ ହିଁ କାବୁ କରିଥିଲା ଏହି ଟିମ୍ । ତିନି ଜଣ ଫେରାର ଥିବା ସୂଚନା ମିଳିଛି । କୋରାପୁଟ ସଦର ଥାନାରେ ମାମଲା ଦାୟର ହେଲା ପରେ ବନ ବିଭାଗ ଦ୍ଵାରା ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ରୋହିତ କୁମାର କହିଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍