
ପୁରୀ : ବାଲୁକା କଳା ମାଧ୍ୟମରେ ସ୍ବର୍ଣ୍ଣିମ ବିଜୟ ବର୍ଷକୁ ସ୍ବାଗତ କରାଯାଇଛି। ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପୁରୀ ବେଳାଭୂମିରେ ଏହି ବାଲୁକା କଳା ପ୍ରସ୍ତୁତ କରାଯାଇଛି। ଗତ ଅକ୍ଟୋବର ୨୦ ତାରିଖରୁ ୭ ନଭେମ୍ବର ମଧ୍ୟରେ ଓଡ଼ିଶାରେ ସ୍ବର୍ଣ୍ଣିମ ବିଜୟ ମଶାଲ ଯାତ୍ରା କରାଯାଉଛି। ଏହି ବିଜୟ ମଶାଲ ନଭେମ୍ବର ୫ ତାରିଖରେ ପୁରୀରେ ପହଞ୍ଚିବାକୁ ଯାଉଥିବା ବେଳେ ଆଡ଼ମ୍ବର ସହ ପୁରୀରେ ସ୍ବାଗତ କରାଯିବ। ଆସନ୍ତା ୫ ତାରିଖ ସକାଳେ ବ୍ଲୁ ଫ୍ଲାଗ୍ ବିଚ୍ରେ ବାଲୁକା କଳା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ବିଜୟ ମଶାଲକୁ ସ୍ବାଗତ କରାଯିବ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ନୋଡାଲ୍ ଅଫିସର ଭାବେ ଦାୟିତ୍ବ ଦିଆଯାଇଛି । ଉତ୍ସବ ପାଳନ ନିମନ୍ତେ ଆବଶ୍ୟକୀୟ ପାଣ୍ଠି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍