
ଆରଡି : ଚାନ୍ଦବାଲି ବ୍ଲକ ଆରଡି ନିକଟସ୍ଥ ମୁଆଁ ଗାଁ ନିକଟରେ ବୈତରଣୀ ନଦୀପଠାରୁ କୁମ୍ଭୀର ମଇଁଷିକୁ ଝାମ୍ଫି ନେଇଛି। ନଦୀପଠାରେ କେତେକ ମଇଁଷି ଚରୁଥିବା ବେଳେ ଗୋଟିଏ ମଇଁଷି ନଦୀରୁ ପାଣି ପିଉଥିବା ସମୟରେ ନଦୀରେ ଥିବା ୧୪\୧୫ଫୁଟ ଲମ୍ବର କୁମ୍ଭୀର ତାଙ୍କୁ ଝାମ୍ଫି ନେଇଥିଲା। ଫଳରେ ଅନ୍ୟ ମଇଁଶି ଭୟରେ ଦୌଡିବାକୁ ଲାଗିଥିଲେ। ମଇଁଷି ମାଲିକମାନେ ମଇଁଷିଙ୍କର ଏପରି ଦୌଡ ଦେଖି ନଦୀ ପଠାକୁ ଆସିଥିଲେ। ହେଲେ ହିଂସ୍ର କୁମ୍ଭୀର ମଇଁଷିଟିକୁ ଦୀର୍ଘ ସମୟ ଧରି ନଦୀରେ ବୁଡାଇ ରଖିବା ପରେ ଛାଡି ଦେଇଥିଲା । ପରେ ନଦୀର କିଛି ଦୂରରୁ ମଇଁଷିକୁ ଉଦ୍ଧାର କରିଥିଲେ ମଧ୍ୟ କ୍ଷତବିକ୍ଷତ ଅବସ୍ଥାରେ ମଇଁଷିର ମୃତ୍ୟୁ ଘଟିଥିଲାା
ମଇଁଷି ମାଲିକ ଏହି ଘଟଣାକୁ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ପ୍ରଶାସନ ପକ୍ଷରୁ ତାଙ୍କୁ ସହାୟତା ପ୍ରଦାନ ପାଇଁ ଦାବି ହେଉଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍