October 18, 2024

Satya News

odia news channel

ବୌଦ୍ଧରେ ରାଷ୍ଟ୍ରିୟ ଲୋକଅଦାଲତ, ୩୯ଟି ମାମଲାର ଶୁଣାଣି

 

ବୌଦ୍ଧ: ବୌଦ୍ଧ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲା ନ୍ୟାୟାଳୟ ପରିସରରେ ରାଷ୍ଟ୍ରିିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟଙ୍କ ଅଧକ୍ଷତାରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବମୋଟ ୩୯ଗୋଟି ମାମଲା ମୋଟର ଗାଡି ଦୁର୍ଘଟଣା ଜନିତ ମୋକଦ୍ଦମା, ପାରିବାରିକ ମାମଲା, ଦେବାନୀ ମୋକଦ୍ଦମାତ ସହିତ ବିଭିନ୍ନ ମାମଲାର ଶୁଣାଣି କରାଯାଇଥିଲା। ଏଥିସହିତ ୬ ଗୋଟି ବ୍ୟାଙ୍କ ମାମଲାର ଫଇସଲା କରାଯାଇ ୩୫ ଲକ୍ଷ ୮୯ ହଜାର ୯୩ ଟଙ୍କା ଆଦାୟ କରାଯାଇଥିଲା। ଏଥିରେ ପରିବାର ଅଦାଲତ ବିଚାରପତି ପ୍ରଶନ୍ନ କୁମାର କର୍ଣ୍ଣ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‍ ଆନନ୍ଦ ନାରାୟଣ ମହାରଣା, ମୁଖ୍ୟ ଦଣ୍ଡାଧୀଶ ଅଧିକାରୀ ହୃଷିକେଶ ଆଚାର୍ୟ, ରେଜିଷ୍ଟ୍ରାର ପ୍ରିତିଶ କୁମାର ରାଉତରାୟ, ସବଜଜ୍‍ ଦୁର୍ବାଶା ଦୁର୍ଗା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଚରଣଜିତ ଓରାମ, ଉପଖଣ୍ଡିୟ ବିଚାର ବିଭାଗୀୟ ଅଧିକାରୀ ସୁମିତ୍ରା ସାହୁ, ଏବଂ ପ୍ରୋବେସନ୍‍ ମାଜିଷ୍ଟ୍ରେଟ୍‍ ବିକାଶ କିରନ୍‍ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Spread the love