July 8, 2025

ଭଦ୍ରକ ଜିଲ୍ଲାରେ ପ୍ରତିଷ୍ଠା ହେବ ଅର୍ବାନ ପିଏଚସି, ଚିହ୍ନଟ ହେଲା ସ୍ଥାନ

 

ଭଦ୍ରକ ୭।୭: ନୂତନ ଅର୍ବାନ ପିଏଚସି ପାଇଁ ଚିହ୍ନଟ ହେଲା ସ୍ଥାନ । ବିଧାୟକ, ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନ ନିରୂପଣ ହୋଇଛି । ଭଦ୍ରକ ଜିଲ୍ଲା ଏରେଇଁ ଗ୍ରାମ ପଞ୍ଚାୟତଠାରେ ଏକ ନୂତନ ଅର୍ବାନ ପିଏଚସି ପ୍ରତିଷ୍ଠା ହେବ । ଅର୍ବାନ ପିଏଚସି ପାଇଁ ଏରେଇଁ ପଞ୍ଚାୟତରେ ବହୁ ସ୍ଥାନ ଚିହ୍ନଟିକରଣ ହୋଇଥିଲା । କିନ୍ତୁ ନିର୍ଦ୍ଧିଷ୍ଟ ସ୍ଥାନ ପାଇଁ ଭଦ୍ରକ ତହସିଲଦାର, ଭଦ୍ରକ ବିଧାୟକ, ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଏରେଇଁ ଗ୍ରାମକୁ ଯାଇ ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଥିଲେ ।

ପରେ ନୂତନ ଅର୍ବାନ ପିଏଚସି ପାଇଁ ସ୍ଥାନ ନିରୂପଣ କରିଥିଲେ । ପ୍ରତିଷ୍ଠା ନେଇ ସ୍ଥାନ ନିରୂପଣ ପରେ ସ୍ଥାନୀୟ ଲୋକେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳରେ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ପାଇଁ ବିଧାୟକଙ୍କ ନିକଟରେ ସ୍ଥାନୀୟ ସରପଞ୍ଚ ଅଶ୍ବିନୀ ରଣାଙ୍କ ମାଧ୍ୟମରେ ବହୁଥର ନିଜ ଦାବି ରଖିଥିଲେ ।

Spread the love