ଭୁବନେଶ୍ୱର: ‘ଭ୍ୟାକ୍ସିନ୍ ନେବା ପରେ ଯେ କୋଭିଡ ହେବନି, ଏପରି କିଛି ନାହିଁ। ବିଭିନ୍ନ ଭ୍ୟାକ୍ସିନ୍ ୭୦ରୁ ୯୦ ପ୍ରତିଶତ ମଧ୍ୟରେ କାର୍ଯ୍ୟ କରୁଛି। ଭ୍ୟାକ୍ସିନ ନେବା ଦ୍ୱାରା ଆମ ଦେହରେ କୋଭିଡର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି’ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
ସେ କହିଛନ୍ତି, ‘ପରିବେଶରେ ଯେହେତୁ ସଂକ୍ରମଣ ରହିଛି, ତେଣୁ ସଂକ୍ରମଣ ହେବ। ମାତ୍ର ଭ୍ୟାକ୍ସିନ୍ର ଡବଲ ଡୋଜ ନେବା ପରେ ଗୁରୁତର ହେବା ଆଶା କମ୍। ଟିକା ନେବା ପରେ ବି ସମସ୍ତ କରୋନା ଗାଇଡଲାଇନକୁ ଠିକ୍ ଭାବେ ପାଳନ କରନ୍ତୁ। ଆମ ରାଜ୍ୟ ଏବେ ଭଲ ସ୍ଥିତିରେ ଅଛି। ଆମେ ଷ୍ଟେବଲ ଷ୍ଟେଜକୁ ଯାଉଛେ। କରୋନାର ତୃତୀୟ ଲହର ଆସିବା ନେଇ କେବଳ ଆକଳନ କରାଯାଉଛି। ମାତ୍ର ଏଥିପାଇଁ ଆମେ ଭୟଭୀତ ହେବା ନାହିଁ। ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।’
ଅନ୍ୟପକ୍ଷେ, କୋଭିଡ୍ ଟିକା ନେବା ପରେ ରାଉରକେଲାରେ ଜଣେ ୩୨ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଜୁନ ୧୭ ତାରିଖ ଅପରାହ୍ନ ୪ଟାରେ ସେ ଗୁରୁଦ୍ୱାରା ରୋଡ଼ ଟିକା କେନ୍ଦ୍ରରେ ଟିକା ନେଇଥିଲେ। ୧୮ ତାରିଖ ସକାଳେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ RGH ହସ୍ପିଟାଲରେ ଭର୍ତ୍ତି କରଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୬ ଟା ୩୦ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା। କୋଭିଡ୍ ଟିକା ନେବା ପରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।
ଗତକାଲି ତୁଳନାରେ ଆଜି ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କିଛି ମାତ୍ରାରେ ହ୍ରାସ ପାଇଛି। ଗତକାଲି ୩,୮୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୩,୪୨୭ ଜଣ। ଏମାନଙ୍କ ମଧ୍ୟରୁ ୧୯୫୪ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟସ୍ ୧,୪୭୩ ଅଛନ୍ତି। ତେବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଗତକାଲି ତୁଳନାରେ ଆଜି ବୃଦ୍ଧି ପାଇଛି। ରାଜ୍ୟରେ ଆଜି ମୃତ୍ୟୁ ସଂଖ୍ୟା ୪୦ ଉପରେ ରହିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍