ପାତ୍ରପୁର : ସାମନ୍ତିଆପଲ୍ଲୀ ରେଞ୍ଜ ମନ୍ଦରଡା ପଞ୍ଚାୟତ ପଥରାଘାଇ ଗ୍ରାମ ରେ ବାଘ ଆତଙ୍କ ଦେଖାଦେଇଛି । ଗତ ଦୁଇ ଦିନ ମଧରେ ଏହି ଗ୍ରାମର ପାହାଡ଼ ତଳେ ମନ୍ଦା ପକାଇ ରଖିଥିବା ବାୟା ଗୈାଡଙ୍କ ଗୋଟିଏ ଗାଈ, ଦୁଇ ବାଛୁରୀ ଓ ଗୋଟିଏ ଛେଳିକୁ ବାଘ ଆକ୍ରମଣ କରି ଥିବା ଜଣାଯାଇଛି । ତାଙ୍କର ଗାଈ ଓ ବାଛୁରୀ ଆକ୍ରମଣ ପରେ ଛେଳିକୁ ଖାଉଥିବା ବେଳେ ଗୋଠ ଜଗୁଆଳି ଜାଣି ପାରି ଲକ୍ଷ କରି ପଥର ଫିଙ୍ଗି ବାରୁ ବାଘଟି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ଜଗୁଆଳି ମାନେ କହିଛନ୍ତି । ଆଜି ବନ ବିଭାଗକୁ ଗ୍ରାମବାସୀ ଖବର ଦେବାପରେ ରେଞ୍ଜର ରଜତ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ବନ ବିଭାଗ ପକ୍ଷରୁ ସୁରଙ୍ଗୀ ବନପାଳ ଜିତେନ୍ଦ୍ରଙ୍କ ନେତୃତ୍ବରେ ଏକ ଟିମ୍ ଉକ୍ତ ଜଙ୍ଗଲରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ରେଞ୍ଜର ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। କଲରାପତରିଆ ବାଘ କିମ୍ବା ହିଂସ୍ର ଜନ୍ତୁ ଏହି ଜଙ୍ଗଲରେ ରହିବା ଲାଗି ପରିବେଶ ଅନୁକୂଳ ନଥିବା ବେଳେ ଗ୍ରାମବାସୀଙ୍କ କହିବା ଅନୁସାରେ ଆମେ ତଦନ୍ତ ଚଳାଇଛୁ ବୋଲି କହିଛନ୍ତି। ତେବେ ଏହା ବାଘ ନା ହେଟା ଭଳି କୌଣସି ହିଂସ୍ର ଜନ୍ତୁ ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ତେବେ ଯାହାର ଗାଈ ବା ଛେଳି ଙ୍କ ଆକ୍ରମଣରେ ମୃତ୍ୟୁ ଘଟିଛି ସେମାନେ ଆବେଦନ କଲେ ବିଭାଗର ନିୟମ ଅନୁଯାୟୀ କ୍ଷତି ପୁରୁଣ ଦିଆଯିବ ବୋଲି ସେ କହିଛନ୍ତି । ପନ୍ଦର ଦିନ ପୁର୍ବେ ଗୋଟିଏ ଦିନରେ ଏହି ଗ୍ରାମର ଜୁରିଆ ଗୈାଡଙ୍କ ଛେଳି ଖାଇଥିବା ସେ ଜଣାଇଛନ୍ତି।
More Stories
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ
ସଞ୍ଜୟ ସିଂହଙ୍କ ବିରୋଧରେ ୧୦୦ କୋଟିର ମାନହାନୀ କେସ୍
ବିଦା ହେଲେ ବିଷ୍ଣୁପଦ