
ନୂଆଦିଲ୍ଲୀ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ମହାନଦୀ ଅବବାହିକା ସଂପର୍କିତ ନଥିପତ୍ର ଦାଖଲ ପାଇଁ ୧୭ଟି କେନ୍ଦ୍ରୀୟ ସଂସ୍ଥା ମଧ୍ୟରୁ ୧୩ଟିକୁ ୬ ଥର ନୋଟିସ୍ ଜାରି କରିବା ପରେ କିଛି ତଥ୍ୟ ଦାଖଲ ହୋଇଥିବା ଜଣାପଡିଛି।
‘ସମ୍ବାଦ’କୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରୀୟ ଜଳ ଆୟୋଗ ଦ୍ବାରା ୨୦୦୨ରୁ ୨୦୧୯ ପର୍ଯ୍ୟନ୍ତ ୱାଟର୍ ଇୟର୍ ବୁକ୍ ଟ୍ରିବ୍ୟୁନାଲ୍କୁ ଯୋଗାଇ ଦିଆଯାଇଥିଲା। ଏହାକୁ ଟ୍ରିବ୍ୟୁନାଲ୍ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ପ୍ରଦାନ କରିନାହାନ୍ତି। ଅପରପକ୍ଷେ, କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ମହାନଦୀ ଅବବାହିକାରେ ଛତିଶଗଡ ଦ୍ବାରା ଛଅଟି ପ୍ରକଳ୍ପର ଡିଜାଇନ ଫ୍ଲଡ୍ ରିଭ୍ୟୁ ରିପୋର୍ଟକୁ ଟ୍ରିବ୍ୟୁନାଲ୍ରେ ଦାଖଲ କରାଯାଇଛି ଯାହାକୁ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଛି। ଟ୍ରିବ୍ୟୁନାଲ୍କୁ ସେଣ୍ଟ୍ରାଲ୍ ଗ୍ରାଉଣ୍ଡ୍ ୱାଟର୍ ବୋର୍ଡ ପକ୍ଷରୁ ଆଂଶିକ ତଥ୍ୟ ହସ୍ତଗତ ହୋଇଛି ତଥା ବଳକା ଦସ୍ତାବେଜ ଦାଖଲ ପାଇଁ ନୋଟିସ୍ ଜାରି କରାଯାଇଛି।
ଭାରତୀୟ ପାଣିପାଗ ବିଭାଗ, ସେଣ୍ଟ୍ରାଲ୍ ଇନ୍ଲେଣ୍ଡ ଫିଶରିଜ୍ ରିସର୍ଚ୍ଚ, ଇଣ୍ଡିଆନ କାଉନ୍ସିଲ ଅଫ୍ ଏଗ୍ରିକଲ୍ଚର୍ ରିସର୍ଚ୍ଚ, ଇଣ୍ଡିଆନ୍ ନ୍ୟାସ୍ନାଲ ସେଣ୍ଟର୍ ଫର୍ ଓସନ୍ ଇନ୍ଫରମେଶନ୍ ସର୍ଭିସେସ୍, ଜିଏସ୍ଆଇ, ନାବାର୍ଡ, ଏନ୍ବିଏସ୍ଏସ୍ଏଲ୍ୟୁପି, ଏନ୍ଆର୍ଏସ୍ସି ଓ ଏସ୍ଏଲ୍ୟୁଏସ୍ଆଇ ପକ୍ଷରୁ ମଧ୍ୟ ଟ୍ରିବ୍ୟୁନାଲ୍କୁ ତଥ୍ୟ ଯୋଗାଇ ଦିଆଯାଇଛି। କେନ୍ଦୀୟ ସଂସ୍ଥା ଦ୍ବାରା ଟ୍ରିବ୍ୟୁନାଲ୍ଙ୍କ ରେଜିଷ୍ଟ୍ରାର୍ଙ୍କ ନିକଟକୁ ଯୋଗାଇ ଦିଆଯାଇଥିବା ତଥ୍ୟଗୁଡିକୁ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଯେଉଁ କେନ୍ଦ୍ରୀୟ ସଂସ୍ଥା ବର୍ତ୍ତମାନ ସୁଦ୍ଧା ତଥ୍ୟ ଦେଇନାହାନ୍ତି କିମ୍ବା ଆଂଶିକ ତଥ୍ୟ ଦୁଇ ରାଜ୍ୟକୁ ଯୋଗାଇଛନ୍ତି, ସେମାନଙ୍କୁ ସଂପୂର୍ଣ୍ଣ ତଥ୍ୟ ଛଅ ସପ୍ତାହରେ ଯୋଗାଇଦେବା ପାଇଁ ଟ୍ରିବ୍ୟୁନାଲ୍ ଗତ ଶନିବାର ଶୁଣାଣିରେ ନୋଟିସ୍ ଜାରି କରିଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍