July 13, 2025

ମାଟ୍ରିକ ପାସ୍‌ କଲେ ଦାନ ମାଝିଙ୍କ ଝିଅ: ଖୁସିରେ ବିଭୋର ହେଲେ ବାପା

 

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଦାନ ମାଝିଙ୍କ ଝିଅ ଚାନ୍ଦିନୀ ମାଝି ମାଟ୍ରିକ ପାସ କରିଛନ୍ତି। ଗତକାଲି ମାଟ୍ରିକ ପରୀକ୍ଷା ଫଳାଫଳ ବାହାରିବା ପରେ ସେ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି। ଝିଅର ସଫଳତା ଖବର ଶୁଣିବା ପରେ ବାପା ଦାନ ମାଝି ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି।

୨୦୧୬ ମସିହାରେ କଳାହାଣ୍ଡି ଥୁଆମୁଳ ରାମପୁର ବ୍ଲକର ମେଲଘରା ଗାଁର ଦାନମାଝି ଅର୍ଥ ଅଭାବରୁ ତାଙ୍କ ପତ୍ନୀଙ୍କ ଶବକୁ ପ୍ରାୟ ୧୦ କିଲୋମିଟର କାନ୍ଧରେ ବୋହି ଆଣିଥିଲେ। ଦାନମାଝି  ପତ୍ନୀଙ୍କ ଶବକୁ ବୋହି ନେଉଥିବା ବେଳେ ପଛରେ ତାଙ୍କ ଝିଅ ଚାନ୍ଦିନୀ ଚାଲି ଚାଲି ଯାଉଥିଲା। ଏହି ହୃଦୟ ବିଦାରକ ଦୃଶ୍ୟ ସେତେବେଳେ ଚର୍ଚ୍ଚାକୁ ଆସିଥିଲା।
ଚାନ୍ଦିନୀ ମଧ୍ୟ ପରୀକ୍ଷା ଫଳାଫଳ ଶୁଣି ବହୁତ ଖୁସି ଅନୁଭବ କରିଛନ୍ତି। ମିଡିଆ ସାମ୍ନାରେ କହିଛନ୍ତି, ଜଙ୍ଗଲ ଅଞ୍ଚଳରେ ରହୁଥିଲି, ମିଡିଆରୁ ପାସ୍‌ ଖବର ପାଇ ଖୁସି ଲାଗିଲା। ଦିନ ଥିଲା କାନ୍ଦୁଥିଲି, ଆଜି ହସୁଛି। ସରକାର ସାହାଯ୍ୟ କଲେ ଆହୁରି ପଢିବି ବୋଲି ଆଶା ରଖିଥିବା କହିଛନ୍ତି ଚାନ୍ଦିନୀ।

ଝିଅ ମାଟ୍ରିକ୍‍ ପାସ ଖବର ଶୁଣିବା ପରେ ବିଭୋର ହୋଇପଡ଼ିଛନ୍ତି ବାପା ଦାନ ମାଝୀ। ତାଙ୍କର ପୁଅ ନାହାନ୍ତି, ହେଲେ ତାଙ୍କ ଝିଅମାନଙ୍କ ପାଇଁ ସେ ଆଜି ବହୁତ ଖୁସି ବୋଲି କହିଛନ୍ତି।

Spread the love