August 25, 2025

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିଷ ପିଇଲେ ଯୁବକ, ଡାକ୍ତରଖାନାରେ ଭର୍ତ୍ତି

 

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଯୁବକ ଜଣକ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁବକ ତାଙ୍କ ନାମ ବିମଲେଶ କୁମାର ବୋଲି କହିଛନ୍ତି ଏବଂ ସେ ମୈନପୁରୀ ଜିଲ୍ଲାର ବାସିନ୍ଦା। ବିମଲେଶ ସମାଜବାଦୀ ପାର୍ଟି ନେତାଙ୍କ ବିରୋଧରେ ତାଙ୍କ ଜମି ବାଡ଼ି କବ୍‌ଜା କରିଥିବା ଅଭିଯୋଗ କରିଛନ୍ତି। ତେବେ ସେ ନେତାଙ୍କ ନାଁ ପ୍ରକାଶ କରି ନାହାନ୍ତି।

 

 

Spread the love