April 30, 2024

Satya News

odia news channel

ମୁମ୍ବଇର କେଇଏମ୍ ହସ୍ପିଟାଲର ୩୦ ଏମବିବିଏସ ଛାତ୍ର କରୋନା ସଂକ୍ରମିତ ସମସ୍ତେ ନେଇଥିଲେ କରୋନାର ପ୍ରଥମ ପାନ ଟିକା

 

ମୁମ୍ବଇ : ମୁମ୍ବଇରେ କରୋନା ସଂକ୍ରମଣର ଏକ ବଡ ଘଟଣା ସାମ୍ନାକୁ ଆସିଛି । କେଇଏମ୍ ହସ୍ପିଟାଲର ୩୦ ଏମବିବିଏସ୍ ଛାତ୍ର ଏକ ସଙ୍ଗେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ସମସ୍ତ ଛାତ୍ର କରୋନାର ପ୍ରଥମ ପାନ ଟିକା ନେଇଥିଲେ। ତେବେ କେତେକଙ୍କଠାରେ କରୋନାର ଦୁର୍ବଳ ଲକ୍ଷଣ ଦେଖିବାକୁ ମିଳିଛି ।

ମୁମ୍ବଇ ମେୟର କିଶୋରୀ ପେଡନେକର କହିଛନ୍ତି ଯେ ଏହି ସଂକ୍ରମଣ ମାମଲା କଲେଜ ଭିତରେ ଚାଲିଥିବା କୌଣସି ସାଂସ୍କୃତିକ କିମ୍ବା କ୍ରୀଡା କାର୍ଯ୍ୟର ପରିଣାମ । କେଇଏମ ହସ୍ପିଟାଲକୁ ମୁମ୍ବଇର ସବୁଠୁ ବଡ ଡାକ୍ତରଖାନା ବୋଲି କୁହାଯାଏ । ଏହି ହସ୍ପିଟାଲରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବାୟୁସେନା ମଧ୍ୟ ଫୁଲ ବ​‌ର୍ଷା​‌ କରିଥିଲେ।

ସୂଚନା ଯୋଗ୍ୟ ମହାରାଷ୍ଟ୍ରରେ ଦେଶର ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମଣ ମାମଲା ରହିଛି। ବର୍ତ୍ତମାନ ସୁଦ୍ଧା ମୁମ୍ବାଇରେ ମୋଟ ୭,୪୨,୫୪୮ ସଂକ୍ରମଣର ରିପୋର୍ଟ ହୋଇଛି। ସେଥିମଧ୍ୟରୁ ୧୬,୧୦୩ ଜଣଙ୍କର ମୃତ୍ୟୁ ହୋଇଥିଲା । ୭,୧୯,୨୧୮ ଲୋକ ଆରୋଗ୍ୟ ହୋଇଥିବାବେଳେ ୪,୭୨୪ ଲୋକ ସଂକ୍ରମିତ ଅଛନ୍ତି ।

Spread the love