
ଖୋର୍ଦ୍ଧା ୨୯।୦୬ : ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀଙ୍କ ଦୁଇ ଗୋଡ଼ ହାଣିଲେ ଯୁବକ । ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କ ପ୍ରଥମେ ବାଙ୍କୀ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା , କିନ୍ତୁ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ବାଘମାରି ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଘଟିଛି ଏପରି ଘଟଣା ।
ଖବର ଅନୁଯାୟୀ, ତୁଳସୀପୁର ଗ୍ରାମର ଲଯ୍ମୀପ୍ରିୟା ନାୟକ (୩୦)ଙ୍କୁ ସେହି ଗ୍ରାମର ଦାଶରଥି ବେହେରା ଗତ ମାସରେ ଅସଦାଚରଣ କରି ଗିରଫ ହୋଇ ଜେଲ ଯାଇଥିଲା । କିନ୍ତୁ ସେ ଏବେ ଜେଲରୁ ଆସିବା ପରେ ପୁର୍ନବାର ପ୍ରେମ ନିବେଦନ କରିଥିଲା କିନ୍ତୁ ଯୁବତୀ ଜଣକ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଯୁବକ ଜଣକ ଯୁବତୀ ର ଦୁଇଗୋଡକୁ ଭୂଜାଲିରେ ହାଣି ଦେଇଥିବା ବାଘମାରି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ବାଘମାରି ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରୁଛି । ଅଭିଯୁକ୍ତ ଯୁବକ ଜଣକ ଫେରାର ଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍