
ଭଦ୍ରକ ୧୨।୭: ରଥଯାତ୍ରାରେ ଭକ୍ତ ନିରାଶ । କରୋନା କଟକଣା ପାଇଁ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ପାଳନ ହେଉନି । ଭଦ୍ରକ ଜିଲ୍ଲାରେ ମଧ୍ୟ ଅନୁରୂପ ଅବସ୍ଥା । ଭଦ୍ରକ ସହରର ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରେ ଝୁଲୁଛି ତାଲା । ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିଥିବାରୁ ମନ୍ଦିରରେ ରୀତିନୀତି ପରେ ବନ୍ଦ କରାଯାଇଛି ମନ୍ଦିର ।
ପୂର୍ବରୁ ରଥଯାତ୍ରା ହେଉଥିବା ବେଳେ ଗତ ବର୍ଷ ଭଳି ଏବର୍ଷ ମଧ୍ୟ ବନ୍ଦ ରହିଛି ରଥଯାତ୍ରା । ସେହିପରି ଅନେକ ମନ୍ଦିର ଆଜି ଭକ୍ତ ଶୂନ୍ୟ ହୋଇଛି । ରଥଯାତ୍ରା ଭଳି ପବିତ୍ର ଦିନରେ ଭଗବାନଙ୍କୁ ଦର୍ଶନ କରିପାରୁନାହାନ୍ତି ଭକ୍ତ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍