
ଡେସ୍କ: ପାକିସ୍ତାନର ପୂର୍ବତନ ଜାତୀୟ ସଭା ସଦସ୍ୟ ତଥା ଲୋକପ୍ରିୟ ଟେଲିଭିଜନ ଉପସ୍ଥାପକ ଆମୀର ଲିଆକତଙ୍କର ରହସ୍ୟମୟ ପରିସ୍ଥିତିରେ କରାଚିରେ ୪୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ପାକିସ୍ତାନ ତେହେରିକ-ଇ-ଇନସାଫ ନେତା ଆମୀର ଖୁଦାଦ କଲୋନୀରେ ଥିବା ତାଙ୍କ ଘରେ ଚେତାଶୂନ୍ୟ ହୋଇ ଯାଇଥିଲେ ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ସୂଚନା ଅନୁଯାୟୀ, ବୁଧବାର ରାତିରେ ଆମୀର ଲିଆକତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ମଧ୍ୟ ସେ ଡାକ୍ତରଖାନା ଯିବାକୁ ମନା କରିଦେଇଥିଲେ ବୋଲି ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଜିଓ ଟିଭି ରିପୋର୍ଟ କରିଛି। ଆମୀର ଲିଆକତଙ୍କ ଘରୋଇ କର୍ମଚାରୀ ଜାଭେଦ୍ କହିଛନ୍ତି ଯେ ଗୁରୁବାର ସକାଳେ ତାଙ୍କ କୋଠରୀରୁ ଚିତ୍କାର ଶୁଣାଯାଇଥିଲା। କୋଠରୀ ଭିତର ପଟରୁ ବନ୍ଦ ଥିବାରୁ ରୁମର କବାଟ ଭାଙ୍ଗି ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତରଖାନା ନେବା ବେଳେ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସ୍ପଷ୍ଟ କରିଥିଲେ। ଏହି ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍