ରାଉରକେଲା-ଚକ୍ରଧରପୁର ଓ ଚକ୍ରଧରପୁର- ଟାଟା ମଧ୍ୟରେ ଦୁଇଟି ସ୍ବତନ୍ତ୍ର ପାସେଞ୍ଜର ଟ୍ରେନ ଚାଲିବ । ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ରେଳବାଇ କର୍ତ୍ତୃପକ୍ଷ। ଆସନ୍ତା ୪ରୁ ପାସେଞ୍ଜର ଟ୍ରେନ୍ ଉଭୟ ରାଉରକେଲା ଓ ଚକ୍ରଧରପୁର ଷ୍ଟେସନରୁ ଛାଡିବ। ଅନ୍ୟ ସ୍ବତନ୍ତ୍ର ପାସେଞ୍ଜର ଆସନ୍ତା ୪ରୁ ଚକ୍ରଧରପୁର ଓ ଟାଟାନଗରରୁ ଛାଡିବ।
ରାଉରକେଲା-ଚକ୍ରଧରପୁର (୦୮୧୦୭) ସକାଳ ସାଢ଼େ ୬ଟାରେ ରାଉରକେଲା ଛାଡିବ। ସାଢ଼େ ୮ଟାରେ ଚକ୍ରଧରପୁର ଷ୍ଟେସନରେ ପହଞ୍ଚିବ। ଚକ୍ରଧରପୁର -ରାଉରକେଲା (୦୮୧୦୮) ପାସେଞ୍ଜର ପୂର୍ବାହ୍ନ ୯ଟାରେ ଚକ୍ରଧରପୁର ଷ୍ଟେସନ ଛାଡିବ ବୋଲି ଜଣାପଡିଛି । ଏହି ଟ୍ରେନ ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଥିଲା । କାରଣ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଯାତ୍ରୀମାନେ ହିନସ୍ତା ହେଉଥିଲେ । ରେଳବାଇ ପକ୍ଷରୁ ଏପରି ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ