
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୯ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୨୨୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୨୯ ଜଣ ଅଛନ୍ତି। ସଂଗରୋଧରୁ ୯୭ ଓ ସ୍ଥାନୀୟ ସଂକ୍ରମିତ ୭୨ ଜଣ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ଜିଲାରୁ ୨, ଭଦ୍ରକ ୨, ବଲାଙ୍ଗିର ୨, କଟକ ୯, ଦେବଗଡ ୫, ଗଜପତି ୩ ଓ ଗଞ୍ଜାମରୁ ୭ ଚିହ୍ନଟ ହୋଇଛନ୍ତି। ସେହିଭଳି ଯାଜପୁରରୁ ୩, ଝାରସୁଗୁଡା ୨, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୮୮, ମୟୁରଭଞ୍ଜ ୩, ନୟାଗଡ ୨, ପୁରୀ ୨, ସମ୍ବଲପୁର ୧୦, ସୁନ୍ଦରଗଡ ୯ ଓ ଷ୍ଟେଟପୁଲରୁ ୧୯ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୫୨୬୪୧ ଜଣ ସୁସ୍ଥ ହୋଇସାରିଲେଣି। ସଂପ୍ରତି ୧୯୨୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍