ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତ ବୋର୍ଡର ଅଣ ବୈଷୟିକ ପପୁଲାର ବର୍ଗ (ଆରଆରବି-ଏନଟିପିସି) ପରୀକ୍ଷା ପ୍ରକ୍ରିୟାକୁ ବିରୋଧ କରି ଆଶାୟୀ ଛାତ୍ରଛାତ୍ରୀମାନେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିହାରରେ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ଦେଶର ଅନ୍ୟ ପ୍ରାନ୍ତକୁ ବ୍ୟାପିଛି। ଏପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ରେଳ ଅଧିକାରୀଙ୍କ ସହିତ ଆଲୋଚନା କରିଛି।
ବୈଠକରେ ପରୀକ୍ଷା ପ୍ରକ୍ରିୟାରେ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରାଯାଇଛି। ୨୦୦୪ରୁ ପ୍ରଚଳିତ ହୋଇଆସୁଥିବା ପରୀକ୍ଷା ପ୍ରକ୍ରିୟାକୁ ଅନୁସରଣ କରିବା ଲାଗି ପିଏମ୍ଓ ଗୁରୁତ୍ବ ଦେଇଛି। ଜାନୁଆରୀ ୧୫ ତାରିଖରେ ଆରଆରବି-ଏନଟିପିସିର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆଶାୟୀ ପିଲାମାନେ ବିରୋଧ ପ୍ରଦର୍ଶନ କରିଥିଲେ। ଜାନୁଆରୀ ୨୬ ତାରିଖରେ ବିରୋଧ ପ୍ରଦର୍ଶନ ବେଳେ ପିଲାମାନେ ଗୟାଠାରେ ଦିଲ୍ଲୀଗାମୀ ଶ୍ରମଜୀବୀ ଏକ୍ସପ୍ରେସରେ ନିଆଁ ଲଗାଇ ଦେଇଥିଲେ। ଅନ୍ୟ କେତେକ ସ୍ଥାନରେ ଛାତ୍ରମାନେ ଟ୍ରେନକୁ ଟେକାପଥର ମାଡ କରିଥିଲେ। ଏପରିକି ଶୁକ୍ରବାର ବିହାର ବନ୍ଦ ପାଳନ କରିଥିଲେ। ଆରଆରବି-ଏନଟିପିସି ପଦ ପାଇଁ ପୂର୍ବରୁ ଗୋଟିଏ ପର୍ଯ୍ୟାୟରେ ପରୀକ୍ଷା ହେଉଥିବାବେଳେ ଏବେ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯିବାକୁ ପିଲାମାନେ ବିରୋଧ କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯିବା ଦ୍ବାରା କମ୍ ଯୋଗ୍ୟତାଧାରୀ ପିଲାମାନେ ବାଦ୍ ପଡିବେ ବୋଲି ବିକ୍ଷୋଭାକାରୀମାନେ କହିଛନ୍ତି।
More Stories
ରାତି ଗୋଟାଏରୁ ହେବ ମହାପ୍ରଭୁଙ୍କ ଦର୍ଶନ
Happy New Year Wishes-2024
ଆସନ୍ତାକାଲି ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ନବୀନ