July 13, 2025

ରେଳଯାତ୍ରୀଙ୍କ ପାଇଁ ଆତ୍ମା: ବିନା ଟିକେଟ ଛୁଇଁ ଚେକିଂ କରିବ ମେସିନ୍

 

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ଆରମ୍ଭ ହେଲା AUTOMATED TICKET CHEAKING AND MANAGING AXIS SYSTEM ବା ଆତ୍ମା। କୋଭିଡ ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ବିନା ଟିକେଟ ଛୁଇଁ ଏହା ଦ୍ୱାରା ଚେକିଂ ହୋଇପାରିବ। ପାରାଦୀପ ଫସପେଟ ଲିମିଟେଡ଼ ପକ୍ଷରୁ ଏହି ଆତ୍ମା ମେସିନ ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ଥାପନା କରାଯାଇଛି। ଯେଉଁମାନେ e-ticket ଧରି ସେମାନଙ୍କ ପାଇଁ ମୁଖ୍ୟତଃ ୪ଟି କାମ କରିବ।

ସେହିପରି ରେଳ ବିଭାଗ ପକ୍ଷରୁ ଷ୍ଟେସନରେ ସିଙ୍ଗିଲ୍ ଏଣ୍ଟ୍ରି ସିଙ୍ଗିଲ୍ ଏଗଜିଟ୍ ବ୍ୟବସ୍ଥା ହୋଇଛି। କରୋନା କଟକଣାକୁ କଡାକଡି ଭାବେ ପାଳନ ବାଧ୍ୟତାମୂଳକ କରାଯାଇଛି। ଷ୍ଟେସନ ପରିସରରେ ବିଏମସି କାଉଣ୍ଟର ହୋଇଛି। ୭୨ ଘଣ୍ଟା ଭିତରେ କରୋନା ନେଗେଟିଭ ରିପୋର୍ଟ କିମ୍ବା ଡବଲ ଡୋଜ ଟୀକା, କିମ୍ବା ଫେରିବା ପରେ ୧୪ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ହୋଇଛି। କୌଣସି ଯାତ୍ରୀ ୱେଟିଂ ଲିଷ୍ଟରେ ଯାତ୍ରା କରିବାର ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ଭୁନେଶ୍ୱର ରେଳ ଷ୍ଟେସନ ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ନାୟକ।

Spread the love