September 11, 2025

ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

 

ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି। ସେ ହାର୍ଟ ଓ ଲିଭର ଜନିତ ସମସ୍ୟାରେ ପୀଡ଼ିତ ଥିବା ଶକ୍ତି ମିଶ୍ରଙ୍କ ସ୍ତ୍ରୀ ସୂଚନା ଦେଇଛନ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି।

ସୂଚନାଥାଉ କି, କିଛିଦିନ ପୂର୍ବେ ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ ହୋଇଥିଲା। କରୋନାରୁ ଭଲ ହୋଇଥିଲେ ବି କୋଭିଡ୍ ପରବର୍ତ୍ତୀ ଜଟିଳତାର ଶିକାର ହୋଇଥିଲେ ତପୁ। ଫଳରେ ତାଙ୍କୁ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନା ଯୋଗୁ ତାଙ୍କର ଫୁସଫୁସ୍ ପାଖାପାଖି ୫୦ ପ୍ରତିଶତ ନଷ୍ଟ ହୋଇଥିଲା। ତେଣୁ ତାଙ୍କୁ ୧୦୦ ପ୍ରତିଶତ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଚିକିତ୍ସାଧନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ତପୁ ଥିଲେ ଓଡ଼ିଶା ଫିଲ୍ମ ଏବଂ ଆଲବମ୍ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା। ସେ ଏକାଧିକ ହିଟ୍ ଗୀତ  ଗାଇଥିଲେ। ‘ଆଇ ଲଭ ୟୁ’, ‘ଚକୋଲେଟ’ ଭଳି ସୁପରହିଟ ଫିଲ୍ମରେ ସେ କଣ୍ଠଦାନ କରିଥିଲେ। ଉଭୟ ଓଡ଼ିଆ ସିନେମା ଓ ଆଲବମ ଜଗତରେ ବହୁ ହିଟ୍‌ ଗୀତ ଗାଈ ଦର୍ଶକଙ୍କ ପାଖରେ ଆଦୃତି ଲାଭ କରିଥିଲେ।

Spread the love