May 19, 2024

Satya News

odia news channel

ଶାନ୍ତି ଓ ମୈତ୍ରୀର ପ୍ରତୀକ ଅଶୋକ ଚକ୍ରକୁ ଅସମ୍ମାନ, ଭଗ୍ନ ଅବସ୍ତାରେ ବ୍ଲକ କାର୍ଯ୍ୟାଳୟରେ ପଡିରହିଛି

 

ପାଟଣା ୨୭।୧୧: ଶାନ୍ତି ଓ ମୈତ୍ରୀର ପ୍ରତୀକ ଅଶୋକ ଚକ୍ରକୁ ଅସମ୍ମାନ । ଭଗ୍ନ ଅବସ୍ଥାରେ ବ୍ଲକ କାର୍ଯ୍ୟାଳୟରେ ପଡିରହିଛି ଅଶୋକ ଚକ୍ର । କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଚିତ୍ର ।

ଖବର ଅନୁଯାୟୀ,  ଦୀର୍ଘ ଦିନ ଧରି ଏହି ଅଶୋକ ଚକ୍ର ସ୍ତମ୍ଭ ପାଟଣା ବ୍ଳକ କାର୍ଯ୍ୟାଳୟରେ ଶୋଭା ପାଇ ଆସୁଥିଲା ।  କିନ୍ତୁ  ବ୍ଲକ୍‌ କାର୍ଯ୍ୟାଳୟ ନବୀକରଣ ସମୟରେ ଏହି ସ୍ତମ୍ଭକୁ ଭାଙ୍ଗି ଦିଆଯାଇଥିଲା । ନବୀକରଣ ଶେଷ ହେବାର ଦୀର୍ଘ ଦିନ ବିତିଥିଲେ ସୁଦ୍ଧା ଭଗ୍ନ ଅଶୋକ ସ୍ତମ୍ଭ କାର୍ଯ୍ୟାଳୟର ଗୋଟିଏ ପାର୍ଶ୍ଵରେ ପଡ଼ିରହିଛି ।  ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ବ୍ଲକ ପ୍ରଶାସନ ର ଦାୟିତ୍ୱ ହୀନତା କୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି।

Spread the love