September 15, 2025

ସମ୍ବଲପୁରରେ ୧୩, ୮୫,୦୦୦ ଟଙ୍କାର ନକଲି ନୋଟ ଜବତ, ୬ ଗିରଫ

 

ସମ୍ବଲପୁର: ନକଲି ଟଙ୍କା ତିଆରି କରୁଥିବାଏକ ଗ୍ୟାଙ୍ଗ ସମ୍ବଲପୁର ପୁଲିସ୍ ହାତରେ ଧରାପଡ଼ିଥିବାର ଖବର ମିଳିଛି। ଏହି ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୁଲିସ୍‌। ସେମାନଙ୍କଠାରୁ ଜବତ ହୋଇଛି ୧୩, ୮୫,୦୦୦ ଟଙ୍କାର ନକଲି ନୋଟ ଜବତ କରାଯାଇଛି। ଏଥିରେ ୬୦୦ ଟି ୨୦୦୦ ଟଙ୍କିଆ, ୪୪ଟି ୧୦୦ ଟଙ୍କିଆ, ୩୬୨ଟି ୫୦୦ ଟଙ୍କିଆ ଏବଂ ଗୋଟିଏ ୨୦୦ ଟଙ୍କିଆ ନୋଟ୍ ଥିବା ଜଣାଯାଇଛି। ଏହାଛଡ଼ା ନକଲି ନୋଟ୍ ଛାପୁଥିବା ମେସିନ୍, ନକଲି ଷ୍ଟାମ୍ପ, ରଙ୍ଗ ଓ କାଗଜ ସହିତ ମୋବାଇଲ୍ ଆଦି ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ସାଗର ସାହୁ (୨୬), ଅଶୋକ ସାହୁ (୨୭), ଶିବଶଙ୍କର ବଣିଆ (୩୦), ଗୁଣନିଧି ଭୋଇ (୩୮), ସତ୍ୟନାରାୟଣ ନିରଳ (୨୬) ଓ ଅଭିରାମ ଝାଙ୍ଗଡ଼େ (୪୮)।

ଏମାନଙ୍କ ମଧ୍ୟରୁ ସାଗର ଓ ଅଶୋକର ଘର ବରଗଡ଼ ଜିଲ୍ଲା ଭଟଲିର ଗୋପାଳପୁରରେ ବୋଲି ଜଣାଯାଇଛି। ଅପରପକ୍ଷରେ ଶିବଶଙ୍କର ଓ ଗୁଣନିଧିର ଘର ଯଥାକ୍ରମେ ଅମ୍ବାଭୋନାର କୁମ୍ବୋ ଓ କାଶୀପାଲି ଗାଁରେ। ସେହିପରି ସତ୍ୟନାରାୟଣ ଓ ଅଭିରାମର ଘର ରାୟଗଡ଼ ଅଞ୍ଚଳରେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Spread the love