January 23, 2026

ସହିଦ ସପ୍ତାହରେ ପୁଲିସକୁ ମିଳିଲା ବଡ ସଫଳତା: ହାର୍ଡକୋର ମାଓବାଦୀ ଗିରଫ

 

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ଜଣେ ହାର୍ଡକୋର ମାଓବାଦୀ ଗିରଫ ହୋଇଛି। ସହିଦ ସପ୍ତାହ ବେଳେ ପୁଲିସକୁ ମିଳିଛି ଏକ ବଡ ସଫଳତା। ଗିରଫ ହୋଇଥିବା ମାଓବାଦୀ ଜଣକ ହେଲା ହନ୍ଦା କର୍ରା ମାଣ୍ଡବୀ। ଗରିଫ ମାଓବାଦୀ କଟେକଲ୍ୟାଣ ଏରିଆ କମିଟିର କମାଣ୍ଡର ଭାବେ କାମ କରୁଥିଲା। ଗତ ୧୮ ବର୍ଷ ଧରି ସେ ମାଓ ସଂଗଠନରେ ସକ୍ରିୟ ଭାବେ କାମ କରୁଥିଲା।

ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଯବାନ ଏବଂ ପୁଲିସ ଜିୟାକୋଡତା ଏବଂ ଡଙ୍ଗରିପାରା ନିକଟସ୍ଥ ଜଂଗଲରେ ଚଳାଉ କରିଥିଲେ।ଜଂଗଲରେ ଯବାନ କମ୍ବିଂ ଅପରେସନ୍‌ କରୁଥିବା ବେଳେ ହାନ୍ଦା କର୍ରା ମାଣ୍ଡବି ପୁଲିସକୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରିଥିଲା। ତେବେ ଜଂଗଲରେ ଚାରିପଟୁ ଘେରି ନକ୍ସଲକୁ ଗିରଫ କରାଯାଇଥିଲା। ସରକାର ଏହି ନକ୍ସଲ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ।ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Spread the love