July 1, 2025

ସାଙ୍ଘାତିକ ଅପରାଧ, କିନ୍ତୁ ମନ୍ତ୍ରୀଙ୍କ ପୁଅ ଖସି ପଳାଇବାର ଆଶଙ୍କା ନ ଥିଲା: ସୁପ୍ରିମ୍‌ କୋର୍ଟଙ୍କୁ କହିଲେ ଉତ୍ତର ପ୍ରଦେଶ ସରକାର

 

ନୂଆଦିଲ୍ଲୀ: ଖସି ପଳାଇବାର ଆଶଙ୍କା ନ ଥିବାରୁ ଲଖିମ୍‌ପୁର ଖେରୀ ମାମଲାରେ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଜାମିନ ମଞ୍ଜୁର କରାଯାଇଥିଲା ବୋଲି ଆଜି ସୁପ୍ରିମ୍‌ କ‌ୋର୍ଟଙ୍କୁ ଉତ୍ତର ପ୍ରଦେଶ ସରକାର କହିଛନ୍ତି।

ଆଶିଷଙ୍କ ଜାମିନ ମଞ୍ଜୁରିକୁ ଚାଲେଞ୍ଜ୍‌ କରି ଦାଖଲ କରାଯାଇଥିବା ପିଟିସନ୍‌ର ଦୀର୍ଘ ଏକ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଶୁଣାଣି ବେଳେ ଉତ୍ତର ପ୍ରଦେଶ ସରକାର ସୁପ୍ରିମ୍‌ କୋର୍ଟରେ ଯୁକ୍ତି ଉପସ୍ଥାପନ କରି କହିଥିଲେ କି, ଅପରାଧ ସାଙ୍ଘାତିକ ନିଶ୍ଚୟ। କିନ୍ତୁ, ସାକ୍ଷୀମାନଙ୍କୁ ନିରାପତ୍ତା ଯୋଗାଇ ଦିଆଯାଇଥିବାରୁ ପ୍ରମାଣ ଜାଲିଆତି ହେବାର ସମ୍ଭାବନା ନ ଥିଲା।

ସ୍ପେସାଲ୍‌ ଇନ୍‌‌ଭେଷ୍ଟିଗେସନ୍‌ ଟିମ୍‌’ ଜାମିନ ଖାରଜ କରିବାକୁ କହିଥିଲେ ମଧ୍ୟ ଉତ୍ତର ପ୍ରଦେଶ ସରକାର କାହିଁକି କର୍ଣ୍ଣପାତ କଲେ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ପଚାରିବାରୁ ଆଶିଷଙ୍କ ଓକିଲ ବିଚାରପତିମାନଙ୍କୁ କହିଲେ, ଯଦି ସୁପ୍ରିମ୍‌ କୋର୍ଟ ତାଙ୍କ ଜାମିନ ଖାରଜ କରିଥାଆନ୍ତେ ତେବେ ଅନ୍ୟ କୌଣସି ଅଦାଲତ ସେ ମାମଲା ଗ୍ରହଣ କରି ନ ଥାଆନ୍ତେ।

ଯୁକ୍ତି ପରେ ସୁପ୍ରିମ୍‌ କୋର୍ଟ ଏହି ମାମଲା ଉପରେ ଦେଇଥିବା ଆଦେଶକୁ ସଂରକ୍ଷିତ ରଖିଛନ୍ତି।

ଆଶିଷ ମିଶ୍ରା ଚଳାଉଥିବା ଗାଡ଼ି ଚାପାରେ ମୃତ କୃଷକମାନଙ୍କ ପରିବାର ଉକ୍ତ ପିଟିସନ୍‌ ଦାଖଲ କରିଥିଲେ।

Spread the love