August 26, 2025

ହଟିଲା କ୍ଷମତା ପ୍ରତିବନ୍ଧକ କଟକଣା, ଅକ୍ଟୋବର ୧୮ରୁ ଦେଶ ଭିତରେ ବିମାନ ଉଡ଼ାଣ ନିୟମିତ

 

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଚଳିତ ମାସ ୧୮ରୁ କୌଣସି କ୍ଷମତା ପ୍ରତିବନ୍ଧକ ବିନା ସମସ୍ତ ଘରୋଇ ବିମାନ ଉଡ଼ାଣ କାର୍ଯ୍ୟକୁ ନିୟମିତ କରିବାକୁ ନିଷ୍ପତ୍ତି ନେଇଛି। ନିର୍ଦ୍ଧାରିତ ଘରୋଇ ଅପରେଟରଙ୍କ ସ୍ଥିତି ଏବଂ ବିମାନ ଯାତ୍ରା ପାଇଁ ଯାତ୍ରୀଙ୍କ ଚାହିଦା ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରଣାଳୟ କହିଛି, ଏୟାରଲାଇନ୍ସ ଏବଂ ବିମାନ ବନ୍ଦର ଅପରେଟରମାନେ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ ଓ ଯାତ୍ରା ସମୟରେ କୋଭିଡ ଉପଯୁକ୍ତ ଆଚରଣ କଡାକଡି ଭାବେ ପାଳନ କରିବା ନିଶ୍ଚିତ କରିବେ।

Spread the love