April 19, 2025

୨୦୨୪ ବର୍ଷ ପର୍ଯ୍ୟନ୍ତ ରହିବ କରୋନା ମହାମାରୀ ପ୍ରଭାବ : ଫାଇଜର

 

ପ୍ରସିଦ୍ଧ ଟିକା  ନିର୍ମାତା ଫାଇଜର କମ୍ପାନୀ ଚେତାବନୀ ଦେଇଛି ଯେ କରୋନା ମହାମାରୀର ପ୍ରଭାବ ୨୦୨୪ ବର୍ଷ ପର୍ଯ୍ୟନ୍ତ ରହିପାରେ। ବିଶ୍ବର ଅନେକ ଦେଶରେ ନୂତନ ଭାରିଆଣ୍ଟ ଓମିକ୍ରନ୍ ର ସଂକମଣକୁ ଦୃଷ୍ଟିରେ ରଖି ଏହା କୁହାଯାଇଛି । ଗତ ମାସରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହେବା ପରେ ଫାଇଜର ଏହି ପୂର୍ବାନୁମାନ କରିଛି। ଯେଉଁଥିରେ ଭୂତାଣୁର ମୂଳ ପ୍ରକରଣ ଅପେକ୍ଷା ୫୦ରୁ ଅଧିକ ପରିବର୍ତ୍ତନ ହୋଇଥାଏ।  ଟୀକାକରଣର ଦୁଇଟି ପାନର ପ୍ରଭାବକୁ ହ୍ରାସ କରି ଏହାର ସଂକ୍ରମଣ ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବା ଆଶଙ୍କା ବଢାଇଦେଇଛି।

ପାକ୍ସଲୋଭିଡ ବଟିକା ବହୁତ ଅଧିକ ପ୍ରଭାବଶାଳୀ
ଫାଇଜର ପାକ୍ସଲୋଭିଡ ନାମକ ଏକ ପରୀକ୍ଷାମୂଳକ ଆଣ୍ଟିଭାଇରାଲ ବଟିକା ମଧ୍ୟ ଅଛି, ଯାହା କ୍ଲିନିକାଲ ପରୀକ୍ଷଣରେ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ଅଧିକ ବିପଦପୂର୍ଣ୍ଣ ବ୍ୟକ୍ତିଙ୍କ ମୃତ୍ୟୁକୁ ପ୍ରାୟ ୯୦ ପ୍ରତିଶତ ହ୍ରାସ କରିଛି । ରିଫିନିଟିଭ୍ର ଆଇବିଏସ୍ ତଥ୍ୟ ଅନୁଯାୟୀ, ତିନି ବିଶ୍ଳେଷକ ଆକଳନ କରିଛନ୍ତି ଯେ ଏହାର ବିକ୍ରୟ ଆସନ୍ତା ବର୍ଷ ୧୫ ବିଲିୟନରୁ ୨୫ ବିଲିୟନ ଡ଼ଲାର୍ ହେବ । ଆମେରିକୀୟ କମ୍ପାନୀ ଫାଇଜର ନିଜର କୋଭିଡ-୧୯ ଟିକା ଜର୍ମାନୀର ବାଇଓନଟେକ୍ ଏସଇ ସହିତ ବିକଶିତ କରିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ୩୧ ବିଲିୟନ ଡ଼ଲାର୍ ଆୟ କରିବ ବୋଲି ଆଶା କରାଯାଉଛି।

Spread the love