
ଯାଜପୁର : କରୋନା ମହାମାରୀର ନିଦାନ ଉପରେ ପ୍ରଭାବୀ ଉପସ୍ଥାପନ କରି ଅନ୍ତର୍ଜାତୀୟସ୍ତରରେ ପ୍ରଫେସର ଡାକ୍ତର ଦୀପକ ରାଉତ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ନାଁ ରଖିଛନ୍ତି। କରୋନା ମହାମାରୀ ସମୟରେ ସାମଗ୍ରିକ ସ୍ୱାସ୍ଥ୍ୟସେବାର ଏକ ଅଭିନବ ଦିଗ୍ଦର୍ଶନ ଦେଇ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି ପ୍ରଫେସର ରାଉତ।
ହୋଲିଷ୍ଟିକ୍ ମେଡିସିନ୍ ରିସର୍ଚ୍ଚ ଫାଉଣ୍ଡେସନ୍, ହାଇଦ୍ରାବାଦର ମହାନିର୍ଦେଶକ ଡାକ୍ତର ରାଉତଙ୍କ ସୁପରିଚାଳନା ଓ ତତ୍ତ୍ବାବଧାନରେ ୨୦୨୦ ଏପ୍ରିଲ ୯ ରୁ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ବିଶ୍ବର ସର୍ବବୃହତ୍ ଅନ୍ତର୍ଜାତୀୟ ଅନଲାଇନ୍ ଆକ୍ୟୁପ୍ରେସର ତାଲିମ କାର୍ଯ୍ୟକ୍ରମ ଠିକ୍ ଭାବେ ସମ୍ପନ୍ନ ହୋଇଥିଲା। ବିଶ୍ଵର ବିଭିନ୍ନ ରାଷ୍ଟ୍ର ଆମେରିକା, ବ୍ରିଟେନ ସମେତ ଭାରତ, ଶ୍ରୀଲଙ୍କା, ମାଲେସିଆ, ନାଇଜେରିଆ, ନେପାଳ, ପାକିସ୍ତାନ, ବ୍ରିଟେନ, ଫିଲିପାଇନ୍ସ, ଇଣ୍ଡୋନେସିଆ, ନ୍ୟୁୟର୍କ, ମାକାଉ ସାର, ମିଆଁମାର, ଅଷ୍ଟ୍ରେଲିଆ, କାନାଡ଼ା, ଆବୁଧାବି, ୟୁଏଇ, କେନିଆ ଓ ଆୟର୍ଲାଣ୍ଡ ଆଦି ୨୦ଟି ଦେଶର ସ୍ୱାସ୍ଥ୍ୟସେବା ଅନ୍ତର୍ଗତ ବିଭିନ୍ନ ବର୍ଗର୧୧୧୭ ଜଣ ପ୍ରତିନିଧିଙ୍କ ଉପସ୍ଥିତିରେ ପ୍ରଫେସର ରାଉତ ଏହି ରୋଗ ନିଦାନ ପଦ୍ଧତି ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ, ଲଣ୍ଡନ ଉଚ୍ଚପ୍ରଶଂସା କରି ଏହାର ଭାରତ ସଂସ୍କରଣ-୨୦୨୧ ରେ ସ୍ଥାନିତ କରିଛି।
୨୦୩୦ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ସେବାକୁ ଏକୀକରଣ କରି ଏହି ପଦ୍ଧତି ମାଧ୍ୟମରେ ଜନସମାଜକୁ ସୁସ୍ଥ ରହିବା ପାଇଁ ବେଶ୍ ସହାୟକ ହେବ ବୋଲି ପ୍ରଫେସର ରାଉତ ଆଶା ପ୍ରକାଶ କରି ସେ ଦିଗରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବାଲେଶ୍ୱର ସହର ଅଙ୍ଗାରଗାଡ଼ିଆ ଗ୍ରାମର ଈଶ୍ୱର ଚନ୍ଦ୍ର ରାଉତଙ୍କ ପୁଅ ପ୍ରଫେସର ଦୀପକ ରାଉତଙ୍କୁ ଏହି ସଫଳତା ପାଇଁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍