
କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୬ଟି ସ୍ଥାନରେ ଚଢ଼ାଉ କରିଛି। ଅନ୍ଲାଇନରେ ଶିଶୁ ଯୌନ ନିର୍ଯାତନା ଅଭିଯୋଗରେ ସିବିଆଇ ଗତ ୧୪ ତାରିଖରେ ୮୩ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୃଥକ ମାମଲା ରୁଜୁ କରିଥିଲା। ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ଓଡ଼ିଶା, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାତ, ହରିଆନା, ଛତିଶଗଡ଼, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶ ରହିଛି। ୨ ବର୍ଷ ପୂର୍ବେ ସିବିଆଇ ଏକ ଅନ୍ଲାଇନ୍ ଶିଶୁ ଯୌନ ନିର୍ଯାତନା ନିବାରଣ ଓ ତଦନ୍ତ ଶାଖା ସ୍ଥାପନ କରିଥିଲା।
ପରେ ଢେଙ୍କାନାଳ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ସିବିଆଇର ୮ ଅଧିକାରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସୁରେନ୍ଦ୍ରକୁ ମଧ୍ୟ ଥାନାକୁ ଆଣିଛି। ସେହିପରି ଯାଜପୁର ମାସୁଦପୁରର ଅନିଲ ମାଝି ଓ ଭଦ୍ରକ ଆଗରପଡାର ମନୋରଞ୍ଜନ ଦାସଙ୍କ ଘର ଉପରେ ମଧ୍ୟ ଚଢ଼ାଉ କରାଯାଇଛି।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ