
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଧୁନିକ ଉତ୍କଳର ପ୍ରମୁଖ ନିର୍ମାତା, ମହାନ ସ୍ୱାଧୀନତା ସଂଗ୍ରାମୀ, ଦରଦୀ ପ୍ରାଣ, କବି, ଲେଖକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀର ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାନ ଦେଶଭକ୍ତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ସେ ଥିଲେ ତ୍ୟାଗ, ସେବା ଓ ସଂଗ୍ରାମର ପ୍ରତୀକ। ଏକ ଶିକ୍ଷିତ ସମାଜ ଗଠନ ପାଇଁ ତାଙ୍କର ପ୍ରତିବଦ୍ଧତା ଏବଂ ଜାତୀୟ ଚେତନାର ବିକାଶରେ ତାଙ୍କର ଅବଦାନ ତାଙ୍କୁ ସର୍ବଦା ସ୍ମରଣୀୟ କରିରଖିବ।
ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଶନିବାର ଦିନ ପାଳନ କରାଯାଉଛି । ପୂର୍ବାହ୍ନରେ ଭୁବନେଶ୍ୱର ଗୋପବନ୍ଧୁ ଛକସ୍ଥିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ ବୈଷୟିକ ନିରଞ୍ଜନ ସେଠୀ ଏବଂ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ । ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସଂଧ୍ୟା ୫.୩୦ରେ ଜୟଦେବ ଭବନଠାୋର ଏକ ସାଧାରଣ ସଭା ଆୟୋଜନ କରାଯାଇଛି ।
ଜୁମ୍ ଭିଡିଓ କନଫରେନ୍ସ ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିବାକୁ ଅନୁରୋଧ। ID: 872 4810 1082, pass code: 12345
More Stories
୨ ଯାଏ କାଳବୈଶାଖୀ
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା