
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ପୁଣି ସରକାର ଗଢ଼ିବ ବିଜେପି । ୟୁପିରେ ଅତି ସହଜରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଗଢ଼ିବେ ବୋଲି ଜଣାପଡ଼ିଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୟୁପିର କ୍ଷମତାର ଚାବିକାଠି ଯୁଗୀଙ୍କୁ ଧରାଇବେ ଜନତା । ଖାଲି ସେତିକି ନୁହେଁ ଗଣମାଧ୍ୟମର ସର୍ଭେ ଅନୁସାରେ ଉତ୍ତରାଖଣ୍ଡ ଓ ଗୋଆରେ ମଧ୍ୟ ବିଜେପି କ୍ଷମତାର ମୁକୁଟ ପିନ୍ଧିପାରେ । ହେଲେ ପଞ୍ଜାବର ରାଜନୀତିରେ ବିଜେପି ପାଇଁ ଟିକେ ଗୋଳିଆ ରହିପାରେ । ଯାହା ଫଳରେ ବିଜେପି ପଛରେ ପଡ଼ିଯିବାର ସମ୍ଭାବନା ରହିଛି । ସର୍ଭେ ଅନୁସାରେ ପଞ୍ଜାବରେ କୌଣସି ଦଳ ଉପରେ ଜନତା ସ୍ପଷ୍ଟ ଜନମତ ଦେଇନଥିବା ଜଣାପଡ଼ିଛି । ରିପୋର୍ଟର ତଥ୍ୟ ଅନୁସାରେ ଉତ୍ତର ପ୍ରଦେଶରେ ବିଜେପି ସରକାର ଗଢ଼ିପାରେ । ଆଉଥରେ ପୁଣି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଯୋଗୀ ଆଦିତ୍ୟନାଥ । ଜାତୀୟ ଗଣମାଧ୍ୟମର ସର୍ଭେ ଅନୁସାରେ ଯୁପିରେ ୪୦୩ ଆସନରୁ ବିଜେପିକୁ ୨୨୩ ଆସନ ମିଳିପାରେ ।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ