July 5, 2025

କାୟାକଳ୍ପ ପ୍ରକଳ୍ପ ପରିଦର୍ଶନ

 

ବାଙ୍କୀ: ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ପୁଷ୍ପଲତା ମହାପାତ୍ରଙ୍କ ନେତୃତ୍ୱରେ ମଙ୍ଗଳବାର ପୂର୍ବାହ୍ନରେ ଏକ ପ୍ରତିନିଧି ଦଳ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକାରୀ ହେଉଥିବା କାୟାକଳ୍ପ ପ୍ରକଳ୍ପକୁ ପରିଦର୍ଶନ କରିଛନ୍ତି। ସରକାରୀ ଅନୁଦାନରେ ଏହି ପ୍ରକଳ୍ପ ମାଧ୍ୟମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୌନ୍ଦର୍ଯ୍ୟକରଣ, ପରିବେଶର ଯତ୍ନ, ସ୍ୱଚ୍ଛତା ଆଦି କିଭଳି ଭାବରେ କାର୍ଯ୍ୟକାରୀ ହୋଇଛି ତାହାକୁ ଅନୁଧ୍ୟାନ ଓ କିଛି ପ୍ରେରଣା ଗ୍ରହଣ କରିଥିବା ସୂଚନା ମିଳିଛି। ଏହି ଦଳରେ ବି.ପି.ଏମ୍ ଅପର୍ଣ୍ଣା ମହାପାତ୍ର, ରିନାରାଣୀ ପାତ୍ର, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶାନ୍ତିଲତା ଦେଇ ପ୍ରମୁଖ ସାମିଲ ହୋଇଥିଲେ। କ୍ଷେତ୍ର ପରିଦର୍ଶନରେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବି.ପି.ଏମ ସଂଗୀତା ମହାପାତ୍ର, ସ୍ୱାସ୍ଥ୍ୟ ପରିଦର୍ଶକ ମାନଭଞ୍ଜନ ଦଳେଇ ଓ ଉପସ୍ଥିତ ଡାକ୍ତର ଓ କର୍ମଚାରୀମାନେ ସହାୟତା ପ୍ରଦାନ କରିଥିଲେ।

Spread the love