March 29, 2024

Satya News

odia news channel

କେତେ ସୁରକ୍ଷିତ ଅପଣଙ୍କ ୟୁପିଆଇ ପିନ୍

କେତେ ସୁରକ୍ଷିତ ଅପଣଙ୍କ ୟୁପିଆଇ ପିନ୍
ଠକେଇରେ ନପଡ଼ିବା ପାଇଁ ଧ୍ୟାନରେ ରଖନ୍ତୁ ଏହି କଥା

ଭାରତ ସରକାର ଦେଶରେ ଡିଜିଟାଲ ଲେଣଦେଣକୁ ପ୍ରତ୍ସୋହନ ଦେଉଛନ୍ତି । ୨୦୨୧ ମସିହା ପର୍ଯ୍ୟନ୍ତ ଦେଶରେ ଡିଜିଟାଲ କାରବାର ୪ ଗୁଣ ବୃଦ୍ଧି ପାଇବା ଆଶା ରହିଛି । ଭାରତରେ ଲୋକେ ଡିଜିଟାଲ ଲେଣଦେଣ ପାଇଁ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ)କୁ ବହୁଳ ଭାବେ ବ୍ୟବହାର କରନ୍ତି । ୟୁପିଆଇ ଜରିଆରେ ପ୍ରତିମାସ ହଜାର ହଜାର କୋଟି କୋଟି ଟଙ୍କାର କାରବାର ହେଉଛି । କିନ୍ତୁ ପ୍ରଶ୍ନ ଉଠୁଛି ୟୁପିଆଇ କେତେ ସୁରକ୍ଷିତ । ଡିଜିଟାଲ ଦେଣଲେଣ ଗ୍ରାହକଙ୍କ ପାଇଁ ଲାଭଦାୟକ ହେବା ସହ ସେମାନଙ୍କ ପାଇଁ କେତେ ବିପଦ ଅଟେ ।
ଦେଶରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବିକାଶ ସହ ଅନ୍ଲାଇନ୍ ଠେକେଇ ଖୁବ୍ ବଢ଼ିବାରେ ଲାଗିଛି । ହ୍ୟାକର୍ସ ସାଧାରଣ ଲୋକଙ୍କୁ ଠକିବା ପାଇଁ ନିତି ନୂଆ ନୂଆ ଉପାୟ ଆପଣାଉଛନ୍ତି । ପ୍ରତିଦିନ ସାଇବର ଅପରାଧ ଘଟଣା ସାମ୍ନାକୁ ଆସିବାରେ ଲାଗିଛି, ଯେଉଁଠି ଲୋକଙ୍କ ଖାତାରୁ ଟଙ୍କା ଉଠାଇ ନିଆଯାଏ । ଏଥିପାଇଁ ସୁରକ୍ଷିତ ଲେଣଦେଣ କରିବା ଲାଗି କେତେକ ଜରୁରୀ ବିଷୟର ଅବତାରଣା କରାଯାଉଛି, ଯାହା ମାଧ୍ୟମରେ ଆପଣ ଠକାମିର ଶିକାର ହେବାରୁ ନିଜକୁ ବଞ୍ଚାଇ ପାରିବେ ।
କାହାକୁ କୁହନ୍ତୁନି ୟୁପିଆଇ ପିନ୍: ଆପଣଙ୍କ ୟୁପିଆଇ ପିନ୍ ଏଟିଏମ୍ ପିନ୍ ଭଳି । ତେଣୁ ଏହାକୁ କାହା ସହିତ ଶେୟାର କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଫ୍ରଡ୍ ମାନେ ଏହାର ଅପବ୍ୟବହାର କରି ଆପଣଙ୍କୁ ଠକିପାରନ୍ତି ।
ସୁରକ୍ଷିତ ଆପ୍ ଉପରେ ହିଁ କରନ୍ତୁ ୟୁପିଆଇ ପିନ୍ ର ବ୍ୟବହାର: କ୍ଷତିକାରକ ଆପ୍ଲିକେଶନରୁ ଦୂରେଇ ରହିବା ଉଚିତ । ନିଜର ୟୁପିଆଇ ପିନକୁ ସମ୍ଭାଳି ରଖନ୍ତୁ । କାରଣ ଏହାକୁ ନେଇ ଠକେଇରେ ପଡ଼ିପାରନ୍ତି । ସତର୍କତା ପାଇଁ ଭିମ୍ ୟୁପିଆଇ ଭଳି ସୁରକ୍ଷିତ ଆପ୍ଲିକେଶନରେ ହିଁ ୟୁପିଆଇ ପିନ୍ ବ୍ୟବହାର କରନ୍ତୁ । ଯଦି କୌଣସି ୱେବ୍ସାଇଟ ବା ଫର୍ମରେ ୟୁପିଆଇ ପିନ୍ ବ୍ୟବହାର ପାଇଁ ଲିଙ୍କ୍ ଦିଆଯାଇଥାଏ, ସେଥିରୁ ବଞ୍ଚନ୍ତୁ ।
କେବଳ ଟଙ୍କା ପଠାଇବା ପାଇଁ ବ୍ୟବହାର କରନ୍ତୁ ୟୁପିଆଇ ପିନ୍: ଲେଣଦେଣ କରିବା ସମୟରେ ଗୋଟିଏ କଥା ଧ୍ୟାନରେ ରଖନ୍ତୁ । ଆପଣଙ୍କ ୟୁପିଆଇ ପିନ୍ ବ୍ୟବହାର ପାଇଁ କେବଳ ସେତେବେଳେ ହିଁ କୁହାଯିବ, ଯେତେବେଳେ ଆପଣଙ୍କୁ ଟଙ୍କା ପଠାଇବାକୁ ଥିବ । ଯଦି ଆପଣଙ୍କୁ କେଉଠୁ ଟଙ୍କା ମିଳିବାକୁ ଯାଉଥିବ ଓ ସେଥିପାଇଁ ଆପଣଙ୍କୁ ୟୁପିଆଇ ପିନ୍ ମଗାଯାଉଥିବ, ତେବେ ଜାଣିଯିବେ ତାହା ଫ୍ରଡ୍ ହୋଇପାରେ ।
କଷ୍ଟମର କେୟାର ସହିତ କିପରି କରିବେ ଯୋଗାଯୋଗ: ଯଦି ଆପଣଙ୍କ ଲେଣଦେଣରେ ଅସୁବିଧା ହେଉଛି ଏବଂ ଆପଣଙ୍କୁ ଗ୍ରାହକ ସେବା ସହିତ ସମ୍ପର୍କ କରିବାର ଅଛି ତେବେ କେବଳ ପେମେଣ୍ଟ ଆପ୍ଲିକେଶନର ବ୍ୟବହାର କରନ୍ତୁ । ଇଣ୍ଟରନେଟରେ ଦିଆଯାଇଥିବା କୌଣସି ଫୋନ୍ ନମ୍ବରକୁ କଲ୍ କରନ୍ତୁ ନାହିଁ, ଯାହାର କନଫରମେଶନ୍ ହୋଇନଥିବ ।
ୟୁପିଆଇ କ’ଣ?: ୟୁପିଆଇ ଅର୍ଥାତ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ଏକ ଆନ୍ତଃ ବ୍ୟାଙ୍କ ଫଣ୍ଡ୍ ଟ୍ରାନ୍ସଫର ସୁବିଧା, ଯାହା ଜରିଆରେ ସ୍ମାର୍ଟଫୋନରେ ଫୋନ୍ ନମ୍ବର ଓ ଭର୍ଚୁ୍ୟଆଲ ଆଇଡି ସାହାଯ୍ୟରେ ଦେୟ ପଇଠ (ପେମେଣ୍ଟ) କରାଯାଇଥାଏ । ଏହି ଇଣ୍ଟରନେଟ୍ ବ୍ୟାଙ୍କ ଫଣ୍ଡ୍ ଟ୍ରନ୍ସଫର ମେକାନିଜମ୍ ଉପରେ ଆଧାରିତ ।
କିପରି କାମ କରେ ୟୁପିଆଇ: ଏନପିସିଆଇ ଦ୍ୱାରା ଏହି ସିଷ୍ଟମକୁ ନିୟନ୍ତ୍ରଣ କରାଯାଏ । ୟୁଜର୍ସ ୟୁପିଆଇ ବଳରେ ଘରେ ବସି କିଛି ମୁହୂର୍ତ୍ତ ମଧ୍ୟରେ ପେମେଣ୍ଟ ସହିତ ମନି ଟ୍ରାନ୍ସଫର କରିପାରନ୍ତି ।

Spread the love