
ନୂଆଦିଲ୍ଲୀ/ଭୁବନେଶ୍ଵର ୨୨।୧୨: ହଂଗାମା ଓ ହୋ ହାଲ୍ଲା ଭିତରେ ସଂସଦର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ଆଗରୁ ସମାପ୍ତ ହେଇଛି। ଶୀତକାଳୀନ ଅଧିବେଶନରେ ଲୋକସଭାରେ ୧୧ଟି ଏବଂ ରାଜ୍ୟସଭାରେ ୧୦ଟି ବିଲ୍ ଗୃହୀତ ହୋଇ ଥିବା ବେଳେ ୪ଟି ବିଲ ପାର୍ଲିଆମେଣ୍ଟ ଷ୍ଟାଣ୍ଡିଂ କମିଟିକୁ ପଠାଯାଇଛି। ଗୋଟିଏ ପଟେ କଂଗ୍ରେସ ଏବଂ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ପୁରା ଅଧିବେଶନରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ପ୍ରସଙ୍ଗ ଏବଂ ୧୨ ସାଂସଦଙ୍କ ଇସ୍ତଫା ପ୍ରସଙ୍ଗରେ ଗୃହ ଅଚଳ ରହିଥିଲା। ତେବେ ଚଳିତ ଅଧିବେଶନ ଓଡିଶା ଦୃଷ୍ଟିରୁ ଭଲ ରହିଛି।
ସେପଟେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡି ଓ ବିଜେପି ସ୍ୱର ଉତ୍ତୋଳନ କରିଥିବା ବେଳେ ବିଜେଡି ୫ ଥର ଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରିଛି ଏବଂ ବିଜେପି ୩ ଥର କେନ୍ଦ୍ର ମନ୍ତ୍ରୀଙ୍କୁ ଦେଖା କରି ଓଡ଼ିଶାର ସମସସ୍ୟା ବିଷୟରେ ଅବଗତ କରିଛି ।
ସଂସଦରେ ମମିତା ମେହେର ହତ୍ୟା କାଣ୍ଡ, ମାହାଙ୍ଗା ହତ୍ୟା, ଆଇନ ଶୃଙ୍ଖଳା ପ୍ରସଙ୍ଗ କଂଗ୍ରେସ ଓ ବିଜେପି ଉଠାଇ ଥିବା ବେଳେ ବିଜେଡି ଉଷୁନା ଚାଉଳ ପ୍ରସଙ୍ଗ, ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦେବା, ଫସଲ ବୀମା, ସର୍ବନିମ୍ନ ସହାୟକ ମୂଲ୍ୟ ଆଇନଗତ ମାନ୍ୟତା ଭଳି ଦାବି ଉଠାଇଥିଲା। ବିଜେଡି ଏବଂ ବିଜେପି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଥିଲେ ଏବଂ ଦାବିପତ୍ର ପ୍ରଦାନ କରିଥିଲେ। ବିଜେପି ବିଜେଡି ସାଂସଦ ଚାଷୀ ଏବଂ କୃଷି ପ୍ରସଙ୍ଗ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଥିଲେ।
ସେପଟେ ସରକାର କହିଛନ୍ତି ବିରୋଧୀ କୌଣସି କଥାରେ ଚର୍ଚ୍ଚା କରିବାକୁ ଚାହୁଁନାହାନ୍ତି। ଏହି ଅଧିବେଶନରେ ଲୋକସଭାରେ ୮୫ ପ୍ରତିଶତ ଏବଂ ରାଜ୍ୟ ସଭାରେ ୪୪ ପ୍ରତିଶତ ସମୟ ବ୍ୟବହାର ହୋଇଛି। ତେଣୁ ଏହି ଅଧିବେଶନ ଭଲ ହୋଇଛି ଏବଂ ଅନେକ ଗୁରୁତ୍ଵପୂର୍ଣ୍ଣ ବିଲ ପାସ ହେଇଛି ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି। ସଂସଦର କାମ ହୋହାଲ୍ଲା ଭିତରେ ଶେଷ ହୋଇଥିବା ବେଳେ, ଗୃହରେ ବିରୋଧୀଙ୍କ ହଂଗାମା ଯୋଗୁଁ ୧୮ ଘଣ୍ଟା ୪୮ ମିନିଟ୍ ନଷ୍ଟ ହୋଇଛି। ଚଳିତ ଶୀତକାଳୀନ ଅଧିବେଶନରେ ୧୮ କାର୍ଯ୍ୟ ଦିବସ ରହିଥିଲା।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ