September 21, 2023

Satya News

odia news channel

ଘୁଷୁରୀକୁ ଖୋଜି ଆଣିବାକୁ ପୁଲିସକୁ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ

 

କୋଲକାତା: କୋର୍ଟ ପରିସରରେ ରହୁଥିଲା ଘୁଷୁରୀ | ଆଉ କେହି ଘୁଷୁରୀକୁ ଚୋରି କରି ନେଇଯାଇଥିବାରୁ କୋର୍ଟରେ ଦାୟର ହେଲା ମାମଲା | ଆଉ ଏହା ପରେ ହାଇକୋର୍ଟ ପୁଲିସକୁ ଘୁଷୁରୀ ଖୋଜି ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି | କଲିକତା ହାଇକୋର୍ଟ ନାଦିଆ ଜିଲ୍ଲା ପୁଲିସକୁ ଏକ ଘୁଷୁରୀର ସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ କଲ୍ୟାଣୀ କୋର୍ଟର କିଛି ଓକିଲ ଏ ସମ୍ପର୍କରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏଥିରେ କୁହାଯାଇଥିଲା ଯେ ଅନେକ ପ୍ରାଣୀ କୋର୍ଟ ପରିସରରେ ରୁହନ୍ତି | ମାର୍ଚ୍ଚ ୨୫ ରେ ଘାନା ନାମକ ଏକ ଘୁଷୁରୀ କୋର୍ଟ ପରିସରରୁ ଚୋରି ହୋଇଥିଲା। ମାର୍ଚ୍ଚ ୨୫ରେ ସକାଳ ପ୍ରାୟ ୬ଟା ସମୟରେ ଜଣେ ବ୍ୟକ୍ତି ଘୁଷୁରୀ ଚୋରି କରିଥିଲେ।

ଓକିଲ ଶିବାଜୀ ଦାସ କହିଛନ୍ତି, ଆମେ ସମସ୍ତେ ଘାନାକୁ ଭଲ ପାଉଥିଲୁ। ଆମେ ତାକୁ ଖାଦ୍ୟ ଦେଉଥିଲୁ ଏବଂ ତା’ର ଯତ୍ନ ମଧ୍ୟ ନେଉଥିଲୁ | ସେ କେବେ ବି କୋର୍ଟ ପରିସର ଛାଡି ନଥିଲା। ଏହାକୁ ଚୋରି କରିଥିବା ବ୍ୟକ୍ତି ଏକ ଧଳା କାରରେ ଆସିଥିଲେ | ଜଣେ ସୁଇପର ତାଙ୍କୁ ଚୋରି କରୁଥିବା ଦେଖି ମୋବାଇଲରେ ଏକ ଭିଡିଓ ମଧ୍ୟ କରିଥିଲେ। ଭିଡିଓରେ କାରର ନମ୍ବର ପ୍ଲେଟ୍ ମଧ୍ୟ ଦୃଶ୍ୟମାନ ହେଉଛି | ଓକିଲ କହିଛନ୍ତି ଯେ ଜଷ୍ଟିସ ଶମ୍ପା ସରକାରଙ୍କ ଖଣ୍ଡପୀଠ ଘାନାକୁ ଖୋଜିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଓକିଲ କହିଛନ୍ତି, ଆମେ କଲ୍ୟାଣୀ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲୁ। ପୁଲିସ ଚୋରି ମାମଲା ରୁଜୁ କରିଥିଲା ​​କିନ୍ତୁ ଏହା ପରେ କିଛି କରି ନଥିଲା। ସେଥିପାଇଁ ଆମକୁ ହାଇକୋର୍ଟ ଯିବାକୁ ପଡିଲା। ଏହି ଆବେଦନ ଶୁଣିବା ପରେ ଜଷ୍ଟିସ ସରକାର ରାଣାଘାଟ ଏସପିଙ୍କୁ ତଦନ୍ତ କରି ଘୁଷୁରୀକୁ ଖୋଜିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Spread the love