
ନୂଆଦିଲ୍ଲୀ: ଦେଶରେ ଦରଦାମ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ହାରକୁ ନେଇ ସରକାର ଚିନ୍ତିତ ଅଛନ୍ତି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆରବିଆଇ ନିଜର ମୁଦ୍ରା ନୀତିରେ ପରିବର୍ତ୍ତନ କରୁଛି । ଏହାରି ଭିତରେ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ଜିଡିପି ୭.୪ ପ୍ରତିଶତ ହାରରେ ବୃଦ୍ଧି ପାଇବ। ସେହିପରି ଆର୍ଥିକ ବର୍ଷ ୨୦୨୩-୨୪ରେ ମଧ୍ୟ ବିକାଶ ହାର ଏହି ସ୍ତରରେ ରହିବାର ଆଶା କରାଯାଉଛି ବୋଲି ସେ କହିଛନ୍ତି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ମାଗଣା ଉପହାର ଦେବାର ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳ କ୍ଷମତାକୁ ଆସିବା ପରେ ହେବାକୁ ଥିବା ଖର୍ଚ୍ଚ ପାଇଁ ବଜେଟରେ ପ୍ରାବଧାନ କରିବା ଜରୁରୀ।
ଅନ୍ୟପଟେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁରୀ ଗଭର୍ଣ୍ଣର ମାଇକଲ ଦେବବ୍ରତ କହିଛନ୍ତି, ମୁଦ୍ରାସ୍ଫୀତି ଏବେ ବି ଚିନ୍ତାର ବିଷୟ ହୋଇ ରହିଛି । ଭୂ-ରାଜନୈତିକ ଗତିବିଧି ଏବଂ ଅନ୍ତରାଷ୍ଟ୍ରୀୟ ବଜାରରେ ପଦାର୍ଥ ଗୁଡିକର ମୂଲ୍ୟବୃଦ୍ଧି ଏହା ପଛର କାରଣ ବୋଲି ସେ କହିଛନ୍ତି।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ