
ଭୁବନେଶ୍ୱର: ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଆଜି ପ୍ରେସମିଟ କରି କହିଛନ୍ତି ଯେ ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ ଚାଲୁଛି । ତେଣୁ ଏହି ସମୟରେ ମୁଁ ସମସ୍ତଙ୍କୁ ଅପିଲ କରିବାକୁ ଚାହୁଁଛି ସମସ୍ତେ ନିଜ ନିଜର ନାଁ ଓ ଏପିକି ଆଇଡି ଚେକ କରି ପାରିବେ । ଆମର ଏଥିପାଇଁ ୨୧ ତାରିଖରେ ସ୍ପେଶାଲ ଡ୍ରାଇଭ ମଧ୍ୟ କରାଯିବ ସେଠି ବି କରିପାରିବେ । ଫର୍ମ ୬ ନାମ ଯୋଡିବା, ଫର୍ମ ୭ ନାମ କାଟିବା, ଫର୍ମ ୮ ନାମ ସଂଶୋଧନ ଓ ଫର୍ମ ୮ ଏ ସ୍ଥାନାନ୍ତର ପାଇଁ ବ୍ୟବହାର କରିହେବ |
ବିଏଲଓମାନେ ରହିଛନ୍ତି ସେମାନଙ୍କ ପାଖକୁ ଯାଇ ଏହି ସଂଶୋଧନ କରି ପାରିବେ । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ନାମ ଯୋଡିବା ସହ ସଂଶୋଧନ କରିପାରିବେ । ଭୋଟର ହେଲ୍ପଲାଇନକୁ ଯାଇ ଏହି ସଂଶୋଧନ କରିପାରିବେ । ଏପିକ ନମ୍ବର ସ୍ପୀଡ଼ ପୋଷ୍ଟରେ ଯିବ ତେଣୁ ସଠିକ ଠିକଣା ଦିଅନ୍ତୁ । ଆମେ କୋଭିଡ କାରଣରୁ ଅନଲାଇନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛୁ । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୦ ହଜାର ଫର୍ମ ଆସିଛି ।
ସେ ମଧ୍ୟରୁ ୮୦ ପ୍ରତିଶତ ଆମେ ଅନଲାଇନ ମାଧମରେ ପାଇଛୁ । ଗତବର୍ଷ ଏହା ୮ ପ୍ରତିଶତ ରହିଥିଲା । ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଡ଼ବଲ ଆଇଡି ଡ଼ିଲିଟ କରିଛୁ । ଆଗକୁ ଯଦି ସେମିତି ନଜର ଆସିବ ତାକୁ ବି ଡ଼ିଲିଟ କରାଯିବ ।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ