
ନବରଙ୍ଗପୁର: ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲା ପ୍ରଶାସନ, ନବରଙ୍ଗପୁରର ମିଳିତ ଆନୁକୁଲ୍ୟରେ ଆଜି ‘ଶିଶୁମାନଙ୍କ ନିମନ୍ତେ ଶିଶୁପୋଯୋଗୀ ଆଇନ ଏବଂ ସେମାନଙ୍କ ସୁରକ୍ଷା’କୁ ନେଇ ଏକ ମେଗା ଆଇନ ସେବା ଶିବିର ପୁରୁଣା ଜିଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ତଥା ଜିଲା ଜଜ ଅଶୋକ କୁମାର ପଣ୍ଡା ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ। ଜିଲାପାଳ ଡ.କମଳ ଲୋଚଣ ମିଶ୍ର ଜନ କଲ୍ୟାଣ ରାଷ୍ଟ୍ରରେ ନ୍ୟାୟପାଳିକା ଓ ପ୍ରଶାସନର ପ୍ରମୁଖ ଭୂମିକା ଉପରେ ଉଲ୍ଲେଖ କରି ସରକାରଙ୍କ ବିଭିନ୍ନ ଜନ ହିତକାରି ଯୋଜନାର ସଫଳ ରୂପାୟନରେ ସରକାରୀ କର୍ମଚାରୀଙ୍କ ସାଧୁତା ଓ କର୍ତବ୍ୟନିଷ୍ଟ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପରିବାର ବିଚାରବିଭାଗୀୟ ଜର୍ଜ ସଞ୍ଜୟ କୁମାର ସାହୁ, ଅତିରିକ୍ତ ଜିଲା ଜଜ ପ୍ରଣୟ କୁମାର ଦାସ ଓ ଜିଲା ଆଇନ ସେବା ପ୍ରାଧିକରଣ ସଚିବ ଅନ୍ନପୂର୍ଣ୍ଣା ନାୟକ, ବିଚାର ବିଭାଗୀୟ ବିଭାଗରୁ ବରିଷ୍ଠ ଦେବାନୀ ଜଜ ରାଜ କିଶୋର ଜେନା, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରିୟ ରଞ୍ଜନ ଓଝା, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ରାଜଶ୍ରୀ ଅରୟବାଲା ତ୍ରିପାଠୀ ଓ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସବ୍ୟସାଚୀ ପଣ୍ଡା ଓ ଅତିରିକ୍ତ ଜିଲାପାଳ ଭାସ୍କର ରାଇତ, ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ଡା. ଚୌଧରୀ ଶୋଭା ରାଣି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ