
ନୂଆଦିଲ୍ଲୀ : ଦେଶରୁ ଔଷଧ ରପ୍ତାନୀ ଗତ ୪ ମାସ ମଧ୍ୟରେ ୧୪୬ ପ୍ରତିଶତ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମୁଣ୍ଡଭ୍ୟ କହିଛନ୍ତି ୨୦୧୩-୧୪ରେ ଦେଶରେ ଔଷଧ ରପ୍ତାନୀ ପରିମାଣ ୨୦ ହଜାର ୫୯୬ କୋଟି ଟଙ୍କା ଥିବା ବେଳେ ଗତ ଏପ୍ରିଲ୍ରୁ ଜୁଲାଇ ମାସ ମଧ୍ୟରେ ତାହା ୫୦ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ବିଶ୍ବସ୍ତରରେ ଭାରତୀୟ ଔଷଧର ଚାହିଦା ଓ ବିଶ୍ବସନୀୟତା ବୃଦ୍ଧି ପାଇଛି । ବିଶ୍ବ ଔଷଧ ଜଗତରେ ଭାରତର ସ୍ବାସ୍ଥ୍ୟସେବା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ଖୁବ ଶୀଘ୍ର ଭାରତ ବିଶ୍ବର ଔଷଧ ଉତ୍ପାଦନ ଓ ରପ୍ତାନୀ କେନ୍ଦ୍ର ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେହିପରି ଦେଶରେ ଉତ୍ପାଦିତ ଔଷଧ ଗୁଡ଼ିକର ରପ୍ତାନୀ ବେଶ ଉଚ୍ଚ ସ୍ତରକୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ