September 27, 2023

Satya News

odia news channel

ଦେଶୀ ବନ୍ଧୁକ ଧରି ଭୟଭୀତ କରୁଥିବା ଯୁବକକୁ କୋର୍ଟ ଚାଲାଣ କଲା ପୁଲିସ

 

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ଛକରେ ଦେଶୀ ପିସ୍ତଲ ଧରି ଭୟଭୀତ କରି ବୁଲୁଥିବା ଯୁବକ ଗୋପାଳ ଚାମିଆକୁ ଗିରଫ କରି ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ପୁଲିସ କୋର୍ଟ ଚାଲାଣ କରିଛି। ମଙ୍ଗଳବାର ଦିନ ଜଣେ ଯୁବକ ସିକରପାଇ ଛକରେ ଦେଶିବନ୍ଧୁକ ଧରି ଲୋକଙ୍କୁ ଭୟଭୀତ କରୁଥିବା ବେଳେ କୁମିଙ୍ଗି ସାରି (ଏସଡିପିଓ), ଉପଜିଲା ପୁଲିସ ଅଧିକାରୀ ଦେବଜ୍ୟୋତି ଦାସ, କଲ୍ୟାଣସିଂହପୁର ଦେଇ ରାୟଗଡା ଯାଉଥିବା ସମୟରେ ଉକ୍ତ ଯୁବକକୁ ଦେଖି ଥାନା ଅଧିକାରୀ ସୁକୁମା ହଂସଦାଙ୍କୁ ଯୋଗାଯୋଗ କରିଥିଲେ। ପୁଲିସକୁ ଦେଖି ଛକରେ ଥିବା ଦୋକାନ ପଛ ଭାଗରେ ରଖିଥିବା ଖାଲି ମଦ ବୋତଲ ଆବର୍ଜନା ଭିତରେ ଧରିଥିବା ଦେଶୀ ବନ୍ଧୁକକୁ ଲୁଚାଇ ଦେଇଥିଲେ।

ଖୋଜା ଖୋଜି କରି ଦେଶୀ ବନ୍ଧୁକ ପାଇବା ପରେ ପୁଲିସ ଗୋପାଳ ଚାମିଆକୁ ଡାକ୍ତରୀ ପରୀକ୍ଷା କରି କୋର୍ଟ ଚାଲାଣ କରା ଯାଇଛି ବୋଲି ଥାନା ଅଧିକାରୀ ସୁକୁମା ହଂସଦା କହିଛନ୍ତି। ଅନ୍ୟ ଜଣେ ଦୋକାନ ମାଲିକ ରଞ୍ଜିତ ନାୟକକୁ ଛାଡି ଦେଇଥିବା ପୁଲିସ କହିଛି।

Spread the love